Drugs Case: NCB ଜାଲରେ ‘ଫିର ହେରା ଫେରୀ’ ଫିଲ୍ମର ପ୍ରଯୋଜକ, ବାସଭବନରେ ଛାନବିନ୍ ଜାରି

1 min read

ମୁମ୍ବାଇ: ମୁମ୍ବାଇରେ ଡ୍ରଗ୍ସ ମାମଲାକୁ ନେଇ NCBର ଯୋରଦାର ତଦନ୍ତ ଚାଲିଛି । ବର୍ତ୍ତମାନ ଆସିଥିବା ସୂଚନା ଅନୁଯାୟୀ NCBର ଟିମ ଫିଲ୍ମ ପ୍ରଡ୍ୟୁସର ଫିରୋଜ ନାଡିୟାଡୱାଲାଙ୍କ ଘରେ ଛାନବିନ କରୁଛି । ସୂଚନା ଅନୁଯାୟୀ ମୁମ୍ବାଇର ପୋଶ ଅଞ୍ଚଳରେ ଛାନବିନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ।

୭-୮ ନଭେମ୍ବର ରାତିରେ NCB ଅନେକ ଡ୍ରଗ୍ସ ପେଡେଲାରଙ୍କ ଘରେ ରେଡ ମାରୁଥିଲା । ଏହି ମାମଲାରେ ଏଯାବତ NCB ୫ ଡ୍ରଗ ପେଡେଲାରଙ୍କୁ ହେପାଜତକୁ ନେଇ ସାରିଛି । ସୂଚନା ଅନୁଯାୟୀ ଡ୍ରଗ୍ସ ମାମଲାରେ ଧରା ପଡ଼ିଥିବା ପେଡେଲର୍ସଙ୍କ ସହ ପଚରାଉଚରା ବେଳେ ଏହି ପ୍ରଡ୍ୟୁସରଙ୍କ ନାଆ ସାମ୍ନାକୁ ଆସିଥିଲା । ଶନିବାର ଦିନ ସନ୍ଧ୍ୟାରେ NCB ନୂଆ ମୁମ୍ବାଇ ଏବଂ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ରେଡ କରୁଥିଲା, ଯେଉଁଠି ଏଜେନ୍ସିକୁ ବାଣିଜ୍ୟିକ ପରିମାଣର ଗଞ୍ଜେଇ ଏବଂ  MD ମିଳିଥିଲା । ରେଡ ବେଳେ NCB ୪ ଜଣଙ୍କୁ ଧରିଥିଲା, ସେମାନଙ୍କ ସହ ପଚରାଉଚରା ଜାରି ରହିଛି ।

ପ୍ରଡ୍ୟୁସର ଫିରୋଜ ମାଡିୟାଡୱାଲା ଏଯାବତ ଅନେକ ହିଟ ଫିଲ୍ମର ପ୍ରଡକ୍ସନରେ ଯୋଗଦାନ ଦେଇଛନ୍ତି । ଏଥିରେ ୨୦୦୬ ମସିହାରେ ରିଲିଜ ହୋଇଥିବା ଫିର ହେରା ଫେରୀ, ଆୱାରା ପାଗଲ ଦିୱାନା, ଆନ: ମେନ ଆଟ ୱାର୍କ, ଫୁଲ ଏଣ୍ଡ ଫାଇନାଲ, ୱେଲକମ, କାରତୁଶ ଆଦି ଫିଲ୍ମ ସାମିଲ ରହିଛି ।

ପୂର୍ବ ସପ୍ତାହରେ NCB ସାଉଥ ଆଫ୍ରିକାନ ମୂଳ ଆଗିସିଲାଓସ ଡେମୋଟ୍ରିଏଡସଙ୍କୁ ଗିରଫ କରିଥିଲା । ଆଗିସିଲାଓସ, ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗୈବ୍ରିଏଲ ଡେମୋଟିରଏଡସଙ୍କ ଭାଇ ଅଟନ୍ତି ।

ଏହା ବ୍ୟତୀତ ଧର୍ମା ପ୍ରଡକସନର ପୂର୍ବ କର୍ମଚାରୀ କ୍ଷିତିଜ ପ୍ରସାଦଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ଦୁହିଁଙ୍କ ଉପରେ ମୁମ୍ବାଇକୁ କୋକେନ ସପ୍ଲାଇ କରୁଥିବା ନାଇଜେରିଆନ ବ୍ୟକ୍ତିଙ୍କ ସହ ସଂପର୍କ ଥିବା ଅଭିଯୋଗ ରହିଛି । ନାଇଜେରିଆନ ମୂଳ ଓମେରା ଗାଡବିନ ପଚରାଉଚରା ବେଳେ ଦୁହିଁଙ୍କ ବିଷୟରେ କହିଥିଲେ ।

Leave a Reply