ନାକ ତଳେ ମାସ୍କ ଥିବାରୁ ୫ଶହ ଟଙ୍କା ଜରିମାନା ମାଗିଲେ, ନ ଦେବାରୁ ବିଚ୍ ରାସ୍ତାରେ ନିରିହ ଚାଷୀଙ୍କୁ ଉଠବସ କରାଇଲେ ତହସିଲଦାର
ଅନୁଗୁଳ: ଚାଷୀଙ୍କ ପାଇଁ ଆମେ ପେଟକୁ ଦାନା ମୁଠାଏ ଖାଇବାକୁ ପାଉଛେ । ଆମ ଦେଶରେ ଚାଷୀଙ୍କୁ ଭଗବାନଙ୍କର ସମ୍ମାନ ଦିଆଯାଇଥାଏ । ହେଲେ ଅନେକ ସମୟରେ ନିରିହ ଚାଷୀ ମାନେ ଅତ୍ୟାଚାରୀ ଲୋକଙ୍କ ଦ୍ୱାରା ପ୍ରତିଟି ସମୟରେ କଠୋର ଅତ୍ୟାଚାରର ଶିକାର ହେଉଛନ୍ତି । ଅନେକ ସମୟରେ ଚାଷୀ ଅତ୍ୟାଚାରର ଶିକାର ହୋଇ ଆତ୍ମହତ୍ୟା କରୁଛି । ତେବେ ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲଦାର ଚାଷୀଙ୍କୁ ଉଠବସ କରାଇବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ଵିରୁଦ୍ଧରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । ତେବେ ଏହି ଉଠବସ୍ ଭିଡ଼ିଓ ଏବେ ଗୋଟିଏ ଫୋନରୁ ଆଉଗୋଟିଏ ଫୋନଙ୍କୁ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ ମାକ୍ସ ଯାଞ୍ଚ କରୁଥିବା ସମୟରେ ଦୁଇ ଜଣ ଚାଷୀ ତାଙ୍କ ବିଲରୁ ଚାଷ କାର୍ଯ୍ୟ ସାରି ଫେରୁଥିବା ସମୟରେ ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁଙ୍କ ହାବୁଡ଼ରେ ପଡିଯାଇଥିଲେ । ତହସିଲଦାର ଦୁଇ ଚାଷୀଙ୍କୁ ମାସ୍କ କାହିଁକି ନାକ ତଳକୁ ହୋଇଛି ବୋଲି ୫ ଶହ ଟଙ୍କା ଲେଖାଏଁ ଜରିମାନା କରିଥିଲେ । ଚାଷୀଙ୍କ ପାଖରେ ଟଙ୍କା ନ ଥିବା ଦର୍ଶାଇ ଫାଇନ ଦେବାରେ ନିଜର ଅକ୍ଷମତା ଦର୍ଶାଇଥିଲେ । କିନ୍ତୁ ପାୱାର ଫୁଲ ତହସିଲଦାର ନିଜର ପାୱାର ନିଶାରେ ମସଗୁଲ ଚାଷୀଙ୍କୁ ଉଠ୍ ବସ୍ କରାଇ ଥିଲେ ଓ କିଛି ଅସ୍ରାବ୍ୟ ଭାଷାରେ ବ୍ୟବହାର କରିଥିଲେ ବୋଲି ଚାଷୀଙ୍କ ଏକ ସଙ୍ଗୀନ ଅଭିଯୋଗ ଆସିଛି । କିଶୋର ନଗର ବ୍ଲକ ଅଂଚଳରେ ଏପରି ଘଟଣା କୁ ନିନ୍ଦା କରିଛନ୍ତି ଚାଷିମାନେ ।