ଅଧିକା କହିଲେ ଗୁଳି ମାରିଦେବି,ଏମିତି କହି ଭୋଟ୍ ମାଗୁଛନ୍ତି ବିଜେପି ପ୍ରାର୍ଥୀ !

ଭୋପାଳ: ମଧ୍ୟପ୍ରଦେଶ ସରକାରର ମନ୍ତ୍ରୀ ତଥା ଅନୁପପୁର ଆସନରୁ ବିଜେପି ପ୍ରାର୍ଥୀ ବିସାହୁଲାଲ ସିଂଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ କର୍ମୀଙ୍କୁ ବନ୍ଧୁକ ଦେଖାଇ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଛି । ଏବଂ ଏହି ଭିଡିଓକୁ କଂଗ୍ରେସ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । କଂଗ୍ରେସ କହିଛି ଯେ ଆମେ ନିର୍ବାଚନ ଆୟୋଗ ନିକଟରେ ଏନେଇ ଅଭିଯୋଗ କରିବାକୁ ଯାଉଛୁ।

ମଧ୍ୟପ୍ରଦେଶ କଂଗ୍ରେସ, ବିସାହୁଲାଲ ସିଂଙ୍କ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ସେ ଜଣେ କର୍ମୀଙ୍କୁ ଟଙ୍କା ମାଗିବା ସହ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ସହ ୧୮ ହଜାର ଟଙ୍କା ଆଣିବାକୁ କହୁଛନ୍ତି । ବିସାହୁଲାଲ ସେ କର୍ମୀଙ୍କୁ କହୁଛନ୍ତି ଯେ, ଯଦି ବେଶୀ କଥା କହିବ ତେବେ ଗୁଳି ମାରିଦେବି ।

ଯଦିଓ ଏହି ଭିଡିଓଟିର ସତ୍ୟତା ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । ଏହି ଭିଡିଓ ସେୟାର କରି ମଧ୍ୟପ୍ରଦେଶ କଂଗ୍ରେସ ଲେଖିଛି ଯେ, ‘ବିଜେପି ପ୍ରାର୍ଥୀ ବିସାହୁଲାଲଙ୍କ ଆଉ ଏକ ଭିଡିଓ ଭାଇରାଲ, ଟଙ୍କା ଆଣିବାକୁ କହି କର୍ମୀଙ୍କୁ ବନ୍ଧୁକ ଦେଖାଇ ଗାଳି ଦେଉଛନ୍ତି । ଶିବରାଜ ଜୀ – ଏହି ବ୍ୟକ୍ତି ଆପଣଙ୍କ ଦଳ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ, ତାଙ୍କୁ ପରବର୍ତ୍ତୀ ରାଜ୍ୟ ସଭାପତି କରନ୍ତୁ ।

ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ମିଡ଼ିଆ କୋର୍ଡିନେଟର ନରେନ୍ଦ୍ର ସଲୁଜା କହିଛନ୍ତି ଯେ, ଆମେ ନିର୍ବାଚନ ଆୟୋଗକୁ ଯିବୁ ଆଉ ଏହା ମଧ୍ୟ ପଚାରିବୁ ଯେ, କଣ ବିଜେପି ବନ୍ଧୁକ ମାଧ୍ୟମରେ ନିର୍ବାଚନ ଲଢିବ ? ଏମିତି କହି କର୍ମୀଙ୍କୁ ଓ ଭୋଟରଙ୍କୁ ଧମକ ଦିଆଯାଉଛି କି ? ଆମେ ମଧ୍ୟ ସରକାରଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇବୁ।

ଏହାପୂର୍ବରୁ ବିଜେପି ପ୍ରାର୍ଥୀ ବିସାହୁଲାଲ କଂଗ୍ରେସ ପ୍ରାର୍ଥୀ ବିଶ୍ୱନାଥ ସିଂ କୁଞ୍ଜାମଙ୍କ ପତ୍ନୀଙ୍କୁ ନେଇ ଅଶ୍ଲୀଳ ଭାଷଣ ଦେଇଥିଲେ। ବିଶ୍ୱନାଥ ସିଂ କୁଞ୍ଜାମଙ୍କ ପତ୍ନୀ ରାଜବତୀ ସିଂ କୁଞ୍ଜାମଙ୍କ ଅଭିଯୋଗରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ବିହାସୁଲାଲ ସାହୁଙ୍କ ବିରୋଧରେ କୋତବାଲୀ ଅନୁପ ପୁରରେ ଅପରାଧିକ ମାମଲା ରୁଜୁ ହୋଇଥିଲା ।

Leave a Reply