ରାଜ୍ୟରେ ଆଉ ୧୩ ଜଣଙ୍କ ମୁଣ୍ଡ ନେଲା କରୋନା
2 min readଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ଜଣଙ୍କ କରୋନା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ହୋଇଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ମହିଳା କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଦେଖାଯାଇଛି ।
Regret to inform the demise of thirteen #COVID19 positive patients while under treatment in hospitals.
1.A 53-year old female of Balasore district.
2.A 44-year old male of Bhubaneswar.
3.A 48-year old male of Puri district who was also suffering from Hypothyroidism, Diabetes.— H & FW Dept Odisha (@HFWOdisha) October 21, 2020
ତେବେ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଦୁଇଜଣ ମହିଳା ରହିଛନ୍ତି । ମୃତ ଦୁଇ ମହିଳାଙ୍କ ବୟସ ୭୫ ଓ ୬୫ ହୋଇଥିବା ବେଳେ ପୁରୁଷ ଦୁଇ ଜଣଙ୍କ ବୟସ ୪୫ ଓ ୬୦ ବୋଲି ଜଣାପଡ଼ିଛି ।
ସେହିପରି ପୁରୀ ଜିଲ୍ଲାରୁ ମଧ୍ୟ ୩ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ପୁରୁଷ ରହିଥିବା ବେଳେ ଦୁଇଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୬୬ ଓ ଅନ୍ୟ ଜଣେ ୬୮ ବର୍ଷୀୟ ବୋଲି ଜଣାପଡ଼ିଛି । ଉଭୟ ଡାଇବେଟିସ ରୋଗରେ ପୀଡ଼ିତ ଥିଲେ ।
7. A 45-year old male of Mayurbhanj district.
8.A 60-year old male of Mayurbhanj district who was also suffering from Hypertension.
9.A 68-year old female of Puri district who was also suffering from Diabetes & Hypertension.
10. A 52-year old male of Nuapada district.— H & FW Dept Odisha (@HFWOdisha) October 21, 2020
ସେହିଭଳି ଅନୁଗୁଳ ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେ ଉଚ୍ଚରକ୍ତଚାପ ଓ ଥାଇରଏଡ ଅଭାବ ଜନିତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରର ଜଣେ ୪୭ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।
11.A 65-year old female of Mayurbhanj district who was also suffering from Diabetes & CKD.
12.A 23-year old female of Balangir district.
13.A 75-year old female of Mayurbhanj district.— H & FW Dept Odisha (@HFWOdisha) October 21, 2020
ସେ ଡାଇବେଟିସ ଓ ହୃଦ୍ରୋଗରେ ପୀଡ଼ିତ ଥିଲେ । ବଲାଙ୍ଗିରର ଜଣେ ୨୩ ବର୍ଷୀୟ ଯୁବତୀ ପ୍ରାଣ ହରାଇଥିବାବେଳେ ନୂଆପଡ଼ାର ଜଣେ ୫୨ ବର୍ଷୀୟ ପୁରୁଷ, ବାଲେଶ୍ବରର ୪୪ ବର୍ଷୀୟ ପୁରୁଷ ଓ ଭୁବନେଶ୍ବରର ଜଣେ ୪୪ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି ।