spot_img

Latest Posts

ସମାଜବାଦି ପାର୍ଟିର ଷ୍ଟାର ପ୍ରଚାରକ ତାଲିକା: ଜେଲରେ ଥିବା ଆଜମ୍ ଖାନ୍ ମଧ୍ୟ ସାମିଲ

ଲକ୍ଷ୍ଣୌ: ଉତ୍ତରପ୍ରଦେଶର ୭ ବିଧାନସଭା ଆସନ ପାଇଁ ନଭେମ୍ୱର ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ ସମାଜବାଦି ପାର୍ଟି ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଏସ୍‌ପି ମୁଖିଆ ଅଖିଳେଶ ଯାଦବ, ପାର୍ଟିର ବରିଷ୍ଠ ନେତା ଏବଂ ମେନପୁରୀ ସାଂସଦ ମୁଲାୟମ୍ ସିଂହ ଯାଦବ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ । କେବଳ ଏତିକି ନୁହେଁ ଜେଲରେ ବନ୍ଦ ଥିବା ରାମପୁର ସାଂସଦ ଆଜମ୍ ଖାନଙ୍କ ନାମ ମଧ୍ୟ ପାର୍ଟି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । ସୂଚନା ମୁତାବକ ଆଜମ୍ ଖାନଙ୍କ ନାମ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ପାର୍ଟି ଭୋଟରକୁ ସନ୍ଦେଶ ଦେବାକୁ ଚାହୁଁଛି ଯେ, ଦଳର ସମର୍ଥନ ଏବେ ମଧ୍ୟ ଆଜମ୍ ଖାନଙ୍କ ସହିତ ରହିଛି ।

Fear, insecurity, polarisation: How Azam Khan maintains his notorious grip over Rampur

ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ମଧ୍ୟ ସାମିଲ

ଷ୍ଟାର ପ୍ରଚାରକ ସୂଚୀରେ ଦଳର ରାଷ୍ଟ୍ରୀୟ ମହାସଚିବ ରାମଗୋପାଳ ଯାଦବ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣମୟ ନନ୍ଦ, ଇନ୍ଦ୍ରଜିତ ସରୋଜ, ବିଧାନସଭାର ପ୍ରତିପକ୍ଷ ନେତା ରାମଗୋବିନ୍ଦ ଚୌଧୁରୀ, ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲଙ୍କ ନାମ ମଧ୍ୟ ରହିଛି । ଏଥିସହିତ ଦଳ ପ୍ରସାଦ ପାଣ୍ଡେ, ଧର୍ମେନ୍ଦ୍ର ଯାଦବ, ମେହବୁବ ଅଲ୍ଲୀ, ଶୈଳେନ୍ଦ୍ର ଯାଦବ, ସଞ୍ଜୟ ଗର୍ଗ, ଗଜଦୀଶ ସେନାକର, ଇକବାଲ ମହମୁଦ, ସାହିଦ ମଞ୍ଜୁର, କମାଲ ଅଖତର, ରାମଆସରେ ବିଶ୍ୱକର୍ମା, ଜାଭେଦ ଅଲ୍ଲୀ ଖାନ୍ ପ୍ରମୁଖ ଉପ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ସାମିଲ ହୋଇଛନ୍ତି ।

Latest Posts

Don't Miss