spot_img

Latest Posts

ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର

କଟକ: ସଂକ୍ରମଣ ସହ ତାଳ ଦେଇ ସବୁକିଛି ଖୋଲିଲାଣି । ମଲଠୁ ମେଟ୍ରୋ, ସପିଂ ମଲରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ଅନୁମତି ଦେଲେଣି । କିନ୍ତୁ ୭ ମାସ ହେଲା ବନ୍ଦ ରହିଛି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ । ଏ ସମ୍ପର୍କିତ ମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ ରାଜ୍ୟ ସରକାର ହାଇକୋର୍ଟରେ ନିଜର ପକ୍ଷ ରଖି ରଖିଥିଲେ ।

Religious Places Opening Matter State Govt Response In HC

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି- ସାରା ଦେଶର ମନ୍ଦିର ଓ ଉପାସନା ପୀଠ ଖୋଲିବା ନେଇ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ରହିଛି । ଏହି ଆବେଦନର ଶୁଣାଣି ଅକ୍ଟୋବର ୨୮ ତାରିଖରେ ହେବ । ଏଥିରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଛନ୍ତି । ତେଣୁ ଉକ୍ତ ଶୁଣାଣି ପରେ ହାଇକୋର୍ଟରେ ମାମଲାର ଶୁଣାଣି ହେଉ । ଏହାକୁ ହାଇକୋର୍ଟ ଗ୍ରହଣ କରିଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି । କୋଭିଡ୍ ଆରମ୍ଭରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିଥିଲେ । ତା’ପରେ ପରେ ଲାଗୁ ହୋଇଥିଲା ଲକଡାଉନ୍ । ସେବେଠାରୁ ପ୍ରାୟ ୭ ମାସ ହେଲାଣି ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ।

Religious Places Opening Matter State Govt Response In HC

ଅନ୍ୟପଟେ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ଖୋଲିଵା ନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲାପାଳଙ୍କୁ ଚିଠି ଲେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ସେବାୟତ ନିଯୋଗଙ୍କ ସହିତ ଆଲୋଚନା କରୁଛନ୍ତି । ଗତ ୯, ୧୨ ଓ ୧୩ ତାରିଖରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ୩ଟି ବୈଠକ ସରିଛି । ଆଜି ମଧ୍ୟ ମୁଖ୍ୟ ପ୍ରଶାସକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଇତାପତି ନିଯୋଗ, ସୁଦ୍ଧ ସୁଆର ନିଯୋଗ, ମୁଦୁଲି, ଘଟୁଆରୀ, ମହାସୁଆର ଓ ଚୁନରା ନିଯୋଗ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ କାର୍ତ୍ତିକ ମାସ ପରେ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବାକୁ ବିଭିନ୍ନ ନିଯୋଗ ମତ ଦେଇଛନ୍ତି ।

Latest Posts

Don't Miss