ଅନୁଭବ-ବର୍ଷା ବିବାଦ: ଆଜି ହେବ ଏସଡିଜେଏମ୍ କୋର୍ଟରେ ଶୁଣାଣି
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ପ୍ରସଙ୍ଗ । ବର୍ଷାଙ୍କ ଅବେଦନ ଉପରେ ଆଜି ହୋଇପାରେ ଶୁଣାଣି । କଟକ ଏସ୍ଡିଜେଏମ୍ଙ୍କ ଅଦାଲତରେ ଶୁଣାଣି ହୋଇପାରେ। ଘରୋଇ ହିଂସା ଓ କ୍ଷତିପୂରଣ ନେଇ ବର୍ଷା ଆବେଦନ କରିଛନ୍ତି । ପୂର୍ବରୁ ସାଂସଦ ତଥା ସ୍ୱାମୀ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ନେଇ ଆବେଦନ କରିଥିବା ବେଳେ ବର୍ଷା କ୍ଷତିଭରଣା ନେଇ କଟକ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ ।
ସୂଚନା ଯୋଗ୍ୟ ଯେ, ଜୁଲାଇ ୧୬ରେ ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ । । ୪୭ ପୃଷ୍ଠା ସମ୍ବଳିତ ପିଟିସନ୍ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବାହାଘରର ପ୍ରଥମ ଦିନରୁ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ତାଙ୍କ ସହ ସମ୍ପର୍କ ରଖିବାକୁ ବର୍ଷା ୩ରୁ ୪ ମାସ ସମୟ ମାଗିଥିଲେ । ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ ।ବର୍ଷା ଅନେକ ସମୟରେ ଶାଶୂଘର ଛାଡ଼ି ବାପଘରେ ରହୁଥିଲେ ବୋଲି ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ।