ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା: ରାଜ୍ୟପାଳ ଡକାଇଲେ ବୈଠକ

1 min read

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ରବିବାର ରାତିରେ କିଛି ଦୁର୍ବୃତ୍ତ ବିଜେପି ନେତା ମନୀଷ ଶୁକ୍ଳାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଶୁକ୍ଳାଙ୍କ ହତ୍ୟା ଜିଲ୍ଲାର ଟିଟାଗଡ଼ ପୋଲିସ ଷ୍ଟେସନ ସାମ୍ନାରେ ହୋଇଛି । ଏହା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ପରିସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରିଛି ପ୍ରଶାସନ । ଘଟଣାକୁ ନେଇ ବିଜେପି ପକ୍ଷରୁ ବେରକପୁର ବନ୍ଦ ନେଇ ଆହ୍ୱାନ ଦିଆଯାଇଥିଲା । ଘଟଣାର ଗମ୍ଭୀରତାକୁ ନଜରରେ ରଖି ରାଜ୍ୟପାଳ ଜୟଦୀପ ଧନଖଣ୍ଡ ଏହି ପ୍ରସଂଗରେ ଆଲୋଚନା ପାଇଁ ରାଜ୍ୟ ଡିଜିପି ସମେତ ଅନ୍ୟ ଅଧିକାରୀଙ୍କୁ ସୋମବାର ରାଜଭବନ ଆମନ୍ତ୍ରିତ କରିଥିଲେ ।

          ମିଳିଥିବା ସୂଚନା ମୁତାବକ ମନିଷ ଶୁକ୍ଳା ରବିବାର ରାତି ପାଖାପାଖି ୮ଟାରେ ଟିଟାଗଢ଼ ଥାନା ସମ୍ମୁଖରେ ଥିବା ପାର୍ଟି କାର୍ଯ୍ୟାଳୟ ଉପସ୍ଥିତ ଥିଲେ । ଏହି ସମୟରେ ସେଠାକୁ ବାଇକ୍ ଯୋଗେ କିଛି ଦୁର୍ବୃର୍ତ୍ତ ଆସି ପହଞ୍ଚିଥିଲେ ଏବଂ ମନୀଷଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲ ପଠାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଘଟଣାର ପ୍ରତିବାଦରେ ପଶ୍ଚିମବଙ୍ଗ ବିଜେପି ବେରକପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ଯୁବକଙ୍କୁ ନିର୍ମମଭାବେ ହତ୍ୟା କଲେ ବିଜେପି ନେତା: ଦୋଷରୁ ବଞ୍ଚିବା ପାଇଁ ନିଜ ଗାଡ଼ି ଉପରେ ଚଳାଇଲେ ଗୁଳି

Leave a Reply