ଅଦ୍ଭୁତ ମେଣ୍ଟ : ବିଜେପି-କଂଗ୍ରେସ ନେତା ମିଶିକି ଚଲାଉଥିଲେ ସେକ୍ସ ରାକେଟ୍ !
ଜୟପୁର: ବିଜେପି ଓ କଂଗ୍ରେସର ପୂର୍ବ ମହିଳା ନେତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ । ସେମାନେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗ ଆଣିଛନ୍ତି କିଛି ନାବାଳିକା । ଆଉ ଏହି ଅଭିଯୋଗ ଆଧାରରେ ଜଣେ ବିଜେପି ନେତ୍ରୀ ମଧ୍ୟ ଗିରଫ ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ବିଜେପିର ସବାଇ ମାଧୋପୁରର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ସୁନିତା ବର୍ମା ଏବଂ କଂଗ୍ରେସ ସେବାଦଳ ମହିଳା ବର୍ଗର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ପୂଜା ଏବଂ ପୁନମ୍ ଚୌଧୁରୀ ମିଶିକରି ସେକ୍ସ ରାକେଟ୍ ଚଳାଇଥିଲେ । ଯେଉଁଥିରେ ନିରୀହ ନାବାଳିକାଙ୍କୁ ଫସାଯାଉଛି ଏବଂ ତାଙ୍କ ଦ୍ୱାରା ଖରାପ କାମ କରାଯାଉଥିଲା ।
ସବାଇ ମାଧୋପୁର ଜିଲ୍ଲାର ଜଣେ ନାବାଳିକା ଝିଅ ଏହି ଘଟଣାର ପର୍ଦ୍ଦାଫାସ କରିଥିଲେ । ଏହି ମାମଲାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଶିବରାମ ମିଣା, ଜିଲ୍ଲା ଆୟୋଗ କେନ୍ଦ୍ରରେ କାମ କରୁଥିବା ବାଲା ସନ୍ଦୀପ ଶର୍ମା, ଇଲେକ୍ଟ୍ରିସିଆନ୍ ରାଜୁ ଏବଂ ସୁନିତାଙ୍କ ସହଯୋଗୀ ହୀରାଲାଲ ସମେତ ଏଯାବତ୍ ୫ ଲୋକ ଗିରଫ ହୋଇଛନ୍ତି । କଂଗ୍ରେସ ନେତା ପୁନମ୍ ଚୌଧୁରୀ ଫେରାର ଥିବା ବେଳେ ବିଜେପି ନେତା ସୁନିତା ବର୍ମାଙ୍କୁ ଗିରଫ ହୋଇଛନ୍ତି ।
ଅଭିଯୋଗକାରୀ ନାବାଳିକ ଝିଅ ନିଜ ବୟାନରେ କହିଛି ଯେ, ବିଜେପି ଏବଂ କଂଗ୍ରେସର ଜିଲ୍ଲାସ୍ତରୀୟ ନେତା ରାଜ୍ୟର ଅନ୍ୟ କିଛି ବଡ଼ ନେତାଙ୍କ ସହିତ ମିଶି ଦେହ କାରବାର ଚଳାଇଥିଲେ । ଏବଂ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ବିଜେପିର ପୂର୍ବ ଜିଲ୍ଲା ଅଧ୍ୟକ୍ଷ ସୁନିତା ବର୍ମା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଥିଲେ ଯେ, ରାଜନୀତିରେ ବହୁ ସଂଖ୍ୟାରେ ଚରିତ୍ରହୀନ ଲୋକ ରହିଛନ୍ତି । ସେମାନଙ୍କ ନାମ ଓ କାମ ଉଭୟ ଜାଣିଛି । ସମୟ ଆସିଲେ ସେମାନଙ୍କ ଖୁଲାସା କରିବେ । ତେବେ ପୋଲିସ ପୂରା ମାମଲାର ତଦନ୍ତ କରୁଛି ।