ଇରଫାନଙ୍କ କବରର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଶଂସକ, କାରଣ ସ୍ପଷ୍ଟ କଲେ ପୁଅ ବାବିଲ
3 min readନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କର୍କଟ ରୋଗ ସହିତ ଲଢିବା ପରେ ଚଳିତ ବର୍ଷ ଅପ୍ରେଲ ୨୯ରେ ଇରଫାନ ଖାନ ଦୁନିଆରୁ ବିଦାୟ ନେଇଛନ୍ତି । ଇରଫାନଙ୍କ ମୃତ୍ୟୁର ପ୍ରାୟ ୫ ମାସ ବିତିଗଲାଣି । ଯଦିଓ ଏହା ସତ ତଥାପି ଏହାକୁ ଅତି ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି ତାଙ୍କ ଫ୍ୟାନ୍ସ। ଇରଫାନଙ୍କ ପୁଅ ବାବିଲ ତାଙ୍କର ଖୁବ ନିକଟତର ଥିଲେ । ଏବେ ମଧ୍ୟ ସେ ତାଙ୍କ ବାପାଙ୍କ ସ୍ମୃତିରେ ଫଟୋ ଶେୟାର କରୁଛନ୍ତି । କିନ୍ତୁ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଇରଫାନଙ୍କ କବର । ଇରଫାନଙ୍କ କବରକୁ ଯେଉଁଭଳି ତିଆରି କରାଯାଇଛି ତାହାକୁ ଦେଖିବା ପରେ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି ।
ବାବିଲ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ବାପାଙ୍କ କବରର ପଥର ଉପରେ ପାଣି ଢାଳୁଥିବାର ନଜର ଆସିଛି । କ୍ୟାପ୍ସନରେ ବାବିଲ ଲେଖିଛନ୍ତି କି ତାଙ୍କ ବାପାଙ୍କୁ ଏହିଭଳି ଜଙ୍ଗଲ ପରିବେଶ ପସନ୍ଦ ଥିଲା । ସେ ସବୁବେଳେ ଚାହୁଁଥିଲେ ତାଙ୍କ ଆଖପାଖ ପରିବେଶ ଠିକ ଏହିଭଳି ରହୁ । ତେଣୁ ତାଙ୍କ କବରକୁ ଏହିଭଳି ରୂପ ଦିଆଯାଇଛି । କିନ୍ତୁ ଏହାକୁ ନେଇ ଚିନ୍ତିତ ନ ହେବାପାଇଁ ପ୍ରଶଂସକଙ୍କୁ କହିଛନ୍ତି ବାବିଲ ।
ଓ୍ୱେଷ୍ଟ ଏବଂ ପ୍ଲାଷ୍ଟିକକୁ ଜଙ୍ଗଲ ଠାରୁ ଦୂରେଇ ରଖିବାକୁ ଚାହୁଁଥିଲେ ଇରଫାନ । ତେବେ ଇରଫାନଙ୍କ ପତ୍ନି ପୂର୍ବରୁ ଏକ ପୋଷ୍ଟ ଲେଖିଥିଲେ । ଯେଉଁଥିରେ ସେ ଲେଖିଥିଲେକି ମୁସଲିମ ମହିଳାଙ୍କୁ ବକର ନିକଟକୁ ଯିବା ନିଷେଧ । ତେଣୁ ସେ ଲାଗତପୁରିରେ ଏକ Night-blooming jasmine ବା ରାତିର ରାଣୀ ଗଛ ଲଗାଇଛନ୍ତି । ଇରଫାନଙ୍କ ସ୍ମୃତିରେ ସେଠାରେ ଏକ ପଥର ରଖିଛନ୍ତି । ତେବେ ସେଠାରେ ଇରଫାନଙ୍କ ପସନ୍ଦର ଜିନିଷକୁ ସମାଧି ଦିଆଯାଇଛି । ସେହି ଜମିକୁ ସେ କିଣିଛନ୍ତି । ସେଠାରେ ସେ ନିଜ ଇଛାରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ରହି ପାରୁଛନ୍ତି । ତେବେ ଏହାର ମାନେ ନୁହେଁଯେ ତାଙ୍କୁ କବରରେ ଛାଡ଼ି ଦିଆଯାଇଛି । ସେଠାରେ ତାଙ୍କ ଆତ୍ମା ଅଛି ଯେଉଁ ସ୍ଥାନକୁ ସେ ଅଧିକ ଭଲ ପାଉଥିଲେ ।
ସୂଚନାଯୋଗ୍ୟ ପ୍ରଥମେ ପ୍ରଶଂସକ ଭାବିଥିଲେ କି ଏହି ଉକ୍ତ ସ୍ଥାନରେ ଇରଫାନଙ୍କ ମୃତ ଶରୀରକୁ କବର ଦିଆଯାଇଛି । କିନ୍ତୁ ବାବିଲ ଏହାକୁ ସ୍ପଷ୍ଟ କରିଛନ୍ତି କି କବର ଦେଇଥିବା ସ୍ଥାନ ଏବଂ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ଉଭୟ ସ୍ଥାନ ଭିନ୍ନ ଭିନ୍ନ ।