ଲଦାଖରେ ରାଫେଲ ଏବଂ ମିରାଜର ଗର୍ଜନ, ଚୀନ ସୀମାରେ ବାଜୁଛି ଚେତାବନୀର ସାଇରନ୍
1 min readଲେହ: ଲଦାଖରେ ରାଫେଲ ଫାଇଟର ଜେଟର ଗର୍ଜନରେ ଚୀନ ଭୟଭୀତ ହୋଇ ଯାଇଛି । ଏବେ ତିବ୍ଦତର ରାଜଧାନୀ ଲାସାରେ ଭାରତୀୟ ବାୟୁସେନା ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛି । ଚୀନ ଶନିବାର ଦିନ ଲାସାରେ ଭାରତୀୟ ବାୟୁ ଆକ୍ରମଣରୁ ବଞ୍ଚିବା ପାଇଁ ମକ୍ ଡ୍ରିଲ କରିଛି । ମକ୍ ଡ୍ରିଲ ସମୟରେ ନକଲି ବିସ୍ଫୋରକର ଶବ୍ଦ ଶୁଣାଯାଇଥିଲା । ମକ୍ ଡିଲ୍ ଆରମ୍ଭ ହେବା ପରେ ଚାରିଆଡ଼େ ସାଇରନ ବାଜିଥିଲା । ମକ ଡ୍ରିଲ ସମୟରେ ଲାସାରେ ଲୋକ ଘରେ ଲୁଚି ରହିଥିଲେ ।
ରିପୋର୍ଟ ଅନୁସାରେ ଶନିବାର ଦିନ ବାୟୁ ଆକ୍ରମଣ ନେଇ ସାଇରନ ବାଜିଥିଲା । ରେଡ଼ିଓ ଫ୍ରି ଏସିଆକୁ ଏହାର ଭିଡ଼ିଓ ମିଳିଛି । କୁହାଯାଉଛି କି ଭାରତର ରାଫେଲ ଫାଇଟର ଜେଟ୍ ଲଦାଖରେ ଆକାଶରେ ଗର୍ଜିବା ପରେ ଚୀନ ଯୁଦ୍ଧ ପ୍ରସ୍ତୁତିକୁ ବଢାଇବାରେ ଲାଗିଛି ।
ଏହା ପୂର୍ବରୁ ଭାରତ ଏବଂ ଚୀନରେ ଜାରି ଗମ୍ଭୀର ସମସ୍ୟା ମଧ୍ୟରେ ଚୀନ ସେନା ଲଦାଖ ନିକଟରେ ନିଜ ଅଞ୍ଚଳରେ ରାତିରେ ଆକ୍ରମଣ କରିବା ପାଇଁ ଯୁଦ୍ଧଅଭ୍ୟାସ କରିଥିଲେ । ଏହି ଅଭ୍ୟାସ ସମୟରେ ଚୀନ ତୋପ ଯେଉଁଠାରେ ଗୁଳି ବର୍ଷଣ କଲେ ସେଠାରେ ମିସାଇଲ ମଧ୍ୟ ପରୀକ୍ଷଣ କରାଯାଇଥିଲା । ଚୀନ ସେନାର ଏୟାର ଡିଫେନ୍ସ ସିଷ୍ଟମ ଶତ୍ରୁଙ୍କ ଉଡ଼ା ଜାହଜକୁ ମାରି ଧୂଳିସାତ୍ କରିବାର ଅଭ୍ୟାସ କରିଥିଲା ।
Air raid sirens blare across Lhasa, the capital of China’s #Tibet Autonomous Region, during drills conducted by the People’s Liberation Army on Saturday. RFA obtained this rare video from citizen journalists as China calls for combat readiness amid heightened tensions with India. pic.twitter.com/VAxL3NQk63
— Radio Free Asia (@RadioFreeAsia) September 21, 2020
ଚୀନ ଗଣମାଧ୍ୟମ ଦ୍ୱାରା ସାମ୍ନାକୁ ଆସିଥିବା ଏକ ଭିଡ଼ିଓରେ ତିବ୍ଦତ ସୈନ୍ୟ କମାଣ୍ଡର ଚୀନ ସୈନିକ ରାତିରେ ଆକ୍ରମଣକୁ ନେଇ ବେଶ୍ ପ୍ରସ୍ତୁତି କରିଥିଲା । ଏହି ଅଭ୍ୟାସ ସମୂଦ୍ର ପତନଠାରୁ ୪୫୦୦ ମିଟର ଉଚ୍ଚତାରେ କରାଯାଇଥିଲା । ଏହି ସମୟରେ ସେମାନେ ମିସାଇଲ, ରାକେଟ୍,ହୋବିଟଜର ତୋପୋ ବ୍ୟବହାର କରିଥିଲେ । ତେବେ ଚୀନ ଏୟାର ଡିଫେନ୍ସ ସିଷ୍ଟମ ଫାଇଟର ଜେଟକୁ ମାରି ତଳେ ପକାଇବାର ଅଭ୍ୟାସ କରିଥିଲା ।
ଚୀନ ଏହି ଯୁଦ୍ଧ ଅଭ୍ୟାସ ସେହି ସମୟରେ କରିଛି ଯେତେବେଳେ ଭାରତର ସବୁଠାରୁ ଆଧୁନିକ ଫାଇଟର ଜେଟ୍ ରାଫେଲ ଲଦାଖରେ ଆକାଶରେ ଉଡ଼ୁଛି । ସୂଚନାନୂଯାୟୀ ଅଭ୍ୟାସ ପାଇଁ ରାଫେଲ ପାଏଲଟ ଅମ୍ବାଲାଠାରୁ ଲଦାଖ ପର୍ଯ୍ୟନ୍ତ ବିମାନକୁ ଉଡ଼ାଇଥିଲେ । ଏଭଳି କରିବାର କାରଣ ହେଉଛି ରାଫେଲ ପାଏଲଟ ସେଠାର ବାତାବରଣ ସହିତ ନିଜକୁ ଖାପଖୁଆଇ ପାରିବେ ।
ଖବର ଅନୁସାରେ ରବିବାରକୁ ସୀମାରେ କିଛି ମିରାଜ ବିମାନ ଉଡ଼ୁଥିବାର ନଜର ଆସିଛି । ବାୟୁସେନା ଗତ ୧୦ ସେପ୍ଟେମ୍ବରକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ଆୟୋଜିତ ଏକ ସମାରୋହରେ ରାଫେଲ ବିମାନକୁ ବାୟୁସେନାରେ ସାମିଲ କରାଯାଇଥିଲା । ଗତ ଜୁଲାଇରେ ଫ୍ରାନ୍ସ ଠାରୁ ୫ଟି ରାଫେଲ ବିମାନ ଅମ୍ବାଲାରେ ପହଞ୍ଚିଥିଲେ । ଖବର ଅନୁସାରେ ମିଡିଏୟର ରିଫ୍ୟୁଲିଙ୍ଗ୍ ବିନା ୪.୫ ଜେନେରେସନର ରାଫେଲର ସୀମା ୭୮୦ରୁ ୧୬୫୦ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ । ଏହା ଭିନ୍ନ ଭିନ୍ନ ଅପରେସନ ଉପରେ ନିର୍ଭର କରେ । ଏହା ବ୍ୟତୀତ ଯୁଦ୍ଧ ବିମାନରେ ୩୦୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ସ୍କାଲପ ଏୟର ଟୁ ଗ୍ରାଉଣ୍ଡ କ୍ରୁଜ ମିସାଇଲ ଭଳି ଅସ୍ତ୍ରରେ ସଜ୍ଜିତ କରାଯାଇଛି ।