ଆମେରିକାର ନୌସେନା ଆଡ୍ଡା ଉପରେ ଚୀନର ବୋମା ବର୍ଷା, ଜାରି କଲା ବିସ୍ଫୋରଣର ଭିଡିଓ
1 min readପେଇଚିଙ୍ଗ: ଆମେରିକା ସହ ତିକ୍ତତା ମଧ୍ୟରେ ଚୀନ ପ୍ରଶାନ୍ତ ମହାସାଗରରେ ଥିବା ଆମେରିକା ନୌସେନା ବେସ୍ ଗୁଆମ ଉପରେ ଆକ୍ରମଣର ନକଲି ଭିଡିଓ ଜାରି କରିଛି । ଏହି ଆକ୍ରମଣରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଏୟାରଫୋର୍ସ ଏଚ୍-୬- ପରମାଣୁ ବମ୍ବରର ବ୍ୟବାହର କରିଛି । ଚୀନ ସେନା ଏହି ଆକ୍ରମଣର ଏକ ସିମୁଲେଟେଡ୍ ଭିଡିଓ ଜାରି କରିଛି । ଯେଉଁଥିରେ ଏଚ୍-୬ ବମ୍ବରରୁ ଆମେରିକା ଏଣ୍ଡରସନ୍ ଏୟାର ଫୋର୍ସ ବେସ୍ ଉପରେ ବୋମା ବର୍ଷା କରୁଥିବା ଦେଖାଯାଉଛି ।
ଏଚ୍-୬ ବମ୍ବରରୁ ଗୁଆମରେ ଆକ୍ରମଣ
ପିପୁଲ୍ସ ଲିବରେସନ୍ ଆର୍ମି ଏୟାରଫୋର୍ସର ଭିଭୋ ଆକାଉଣ୍ଟରେ ଏହି ଭିଡିଓ ଶନିବାର ଅପଲୋଡ୍ କରାଯାଇଛି । ଚୀନ ବାୟୁସେନାର ୨ ମିନିଟ୍ ୧୫ ସେକେଣ୍ଡର ଏହି ଭିଡିଓ କୌଣସି ହଲିଉଡ୍ ଫିଲ୍ମର ଟ୍ରେଲର ଭଳି ଦେଖାଯାଉଛି । ଯେଉଁଥିରେ ଚୀନ ସେନା ଏଚ୍- ବମ୍ବର ରେଗିସ୍ଥାନ ସ୍ଥିତ କୌଣସି ଏୟାରବେସରୁ ଉଡ଼ାଣ ଭରୁଥିବା ଦେଖାଯାଉଛି । ଭିଡିଓରେ କୁହାଯାଇଛି ଯୁଦ୍ଧର ଦେବତା ଏଚ୍-୬ ଆକ୍ରମଣ ପାଇଁ ଯାଉଛି ।
https://twitter.com/aslamkhanbombay/status/1307469759953293313
ଆମେରିକା ଏୟାରଫୋର୍ସ ଉପରେ ଚୀନର ବୋମା ବର୍ଷା
ଏହି ଭିଡିଓରେ ଟିକିଏ ଆଗକୁ ଗଲେ ଦେଖାଯାଉଛି ଚୀନ ଏୟାରଫୋର୍ସର ପାଇଲଟ ଆକାଶରେ ଏକ ବଟମ ଦବାଉଛନ୍ତି । ତାପରେ ମିସାଇଲ ସମୁଦ୍ର କୂଳରେ ତିଆରି ହୋଇଥିବା ଏକ ରନୱେର ପଡ଼ୁଛି । ମିସାଇଲ୍ ରନୱେରେ ମାଡ଼ ହେବା ପରେ ଉପଗ୍ରହ (ସାଟେଲାଇଟ୍) ଚିତ୍ର ଦେଖାଯାଉଛି । ଏହି ରନୱେଟି ଆମେରିକା ନାଭାଲ ବେସ୍ ଗୁଆମର ଏଣ୍ଡରସନ ଏୟାରଫୋର୍ସ ବେସ୍ ପରି । ଏହି ଭିଡିଓରେ ଚୀନ ଏୟାରଫୋର୍ସ କେତକ ମ୍ୟୁଜିକ୍ ଦେଇଛି ।
ଚୀନ ଓ ଆମେରିକା ରକ୍ଷା ମନ୍ତ୍ରାଳୟ ରଖିନି ପ୍ରତିକ୍ରିୟା
PLAAF ପକ୍ଷରୁ ଜାରି ଭିଡିଓର କ୍ୟାପସନରେ ଲେଖାଯାଇଛି- ଆମେ ମାତୃଭୂମିର ଆକାଶ ସୁରକ୍ଷାର ରକ୍ଷକ । ଆମ ପାଖରେ ମାତୃଭୂମିର ଆକାଶର ସୁରକ୍ଷା ପାଇଁ ସବୁବେଳେ ଭରସା ଓ କ୍ଷମତା ରହିଛି । ଏହି ଭିଡିଓ ଜାରି ହେବା ପରେ ଚୀନ ରକ୍ଷା ମନ୍ତ୍ରାଳୟ କିମ୍ବା ଆମେରିକ ଇଣ୍ଡୋ-ପେସିଫିକ କମାଣ୍ଡ ଏବେ ଯାଏଁ କୌଣସି ମତ ରଖିନାହାଁନ୍ତି ।
କାହିଁକି ଚୀନ ଜାରି କରିଛି ଏହି ଭିଡିଓ ?
ସିଙ୍ଗାପୁର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ଷ୍ଟଡିଜର ଜଣେ ରିସର୍ଚ ଫେଲୋ କୋଲିନ୍ କୁହନ୍ତି- ଚୀନ ଏକ ଉଦ୍ଦେଶ୍ୟ ରଖି ଏହି ଭିଡିଓ ଜାରି କରିଛି । ଭିଡିଓ ଜାରି ପଛରେ ଚୀନର ଲମ୍ବା ଉଦ୍ଦେଶ ହେଉଛି ତାର କ୍ଷମତାର ପ୍ରଦର୍ଶନ । ଏହି ଭିଡିଓ ଜରିଆରେ ତାଇୱାନ୍ ସହ ଦକ୍ଷିଣ ଚାଇନା ସମୁଦ୍ର ବିବାଦରୁ ଦୂରେଇ ରହିବାକୁ ଚୀନ ଆମେରିକାକୁ ଚେତାବନୀ ଦେଇଛି ।
ପ୍ରଶାନ୍ତ ମହାସାଗରରେ ଆମେରିକା ସେନାର ବଡ଼ ଠିକଣା ଗୁଆମ୍
ପ୍ରଶାନ୍ତ ମହାସାଗର ସ୍ଥିତ ଗୁଆମ ନାଭାଲ ବେସ୍ ଚୀନ୍ ନିକଟରେ ଥିବା ଆମେରିକାର ବଡ଼ ସୈନ୍ୟ ଆଡ୍ଡା । ଏହି ନାଭାଲ୍ ବେସରୁ ଆମେରିକା ଚୀନ୍ ସହିତ ଉତ୍ତର କୋରିଆର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଥାଏ । ଚୀନ ସହ ବିବାଦ ବଢ଼ିବା ପରେ ଆମେରିକା ଗୁଆମ୍ ନାଭାଲ ବେସରେ ସୈନିକ ସଂଖ୍ୟା ବୃଦ୍ଧି କରିବା ସହ ଅନେକ ଆଧୁନିକ ଏୟାକ୍ରାଫ୍ଟ ମଧ୍ୟ ମୁତୟନ କରିଛି । ଏଠାରୁ କିଛି ମିନିଟ୍ ମଧ୍ୟରେ ଆମେରିକା ବମ୍ବର ସାଉଥ୍ ଚାଇନା ସ୍ଥିତ ଚୀନର ସୈନ୍ୟ ଠିକଣା ଉପରେ ଆକ୍ରମଣ କରିପାରିବ ।
ଭାରତରେ ସୀମାରେ ଏହି ବମ୍ବର ମୁତୟନ କରିଛି ଚୀନ
ଲଦାଖରେ ଲାଗି ରହିଥିବା ଉତ୍ତେଜନା ଭିତରେ ଚୀନ ଏହି ବମ୍ବରକୁ ହୋଟାନ ଏୟାରବେସରେ ମୁତୟନ କରିଛି । ଚୀନର ଡର ହେଉଛି ଭାରତ ସହ ଯୁଦ୍ଧ ହେଲେ ତାର ଆଗଧାଡ଼ିର ଯୁଦ୍ଧ ବିମାନ ଉଚ୍ଚତା ଯୋଗୁଁ ବେଶୀ ପ୍ରଭାବ ଦେଖାଇବେ ନାହିଁ । ସେଥିପାଇଁ ଷ୍ଟ୍ରାଟଜିକ ବମ୍ବରରୁ ଆକ୍ରମଣ କରିବାକୁ ପଡ଼ିବ । ଏଥିପାଇଁ ଚୀନ ଅଧିକ ସଂଖ୍ୟାରେ ଏହି ବମ୍ବର୍ସକୁ ଭାରତ ସୀମାରେ ମୁତୟନ କରିଛି ।