କରୋନାରୁ ସୁସ୍ଥ ହେଲେ ଆଉ ୩ ହଜାର ୩୬୩ ସଂକ୍ରମିତ
1 min readଭୁବନେଶ୍ୱର: ବଢ଼ୁଛି ସଂକ୍ରମଣ, ଭାଙ୍ଗୁଛି ରେକର୍ଡ । ସୁସ୍ଥ ହେବାରେ ଲାଗିଛନ୍ତି କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ହଜାର ୩୬୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏଥିସହ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ।
Another 3363 Covid patients have recovered and are being discharged on 13.09.2020
806 from Khordha
348 from Cuttack
280 from Puri
206 from Mayurbhanj
173 from Rayagada
144 from Bhadrak
120 from Sundargarh
119 from Jharsuguda
116 from Bargarh
110 from Ganjam
89 from Kalahandi— H & FW Dept Odisha (@HFWOdisha) September 13, 2020
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୦୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୪୮ ଜଣ, ପୁରୀ ୨୮୦, ମୟୂରଭଞ୍ଜ ୨୦୬, ରାୟଗଡ଼ା ୧୭୩, ଭଦ୍ରକ ୧୪୪, ସୁନ୍ଦରଗଡ଼ ୧୨୦, ଝାରସୁଗୁଡ଼ା ୧୧୯, ବରଗଡ଼ ୧୧୬, ଗଞ୍ଜାମ ୧୧୦, କଳାହାଣ୍ଡି ୮୯, ସୋନପୁର ୮୭, କନ୍ଧମାଳ ୮୫, କୋରାପୁଟ ୭୧, ବାଲେଶ୍ୱର ଓ ସମ୍ବଲପୁର ୬୬ ଜଣ ଲେଖାଏଁ, ବୌଦ୍ଧ ୬୫, ନୟାଗଡ଼ ୫୮, କେନ୍ଦୁଝର ୫୧, କେନ୍ଦ୍ରାପଡ଼ା ୪୪, ଯାଜପୁର ୪୦, ବଲାଙ୍ଗିର ୩୯, ଜଗତସିଂହପୁର ୩୧, ଗଜପତି ୨୯, ଅନୁଗୁଳ ୨୮, ଢେଙ୍କାନାଳ ୨୫, ନବରଙ୍ଗପୁର ୨୪, ମାଲକାନଗିରି ୨୨, ନୂଆପଡ଼ା ୧୭ ଓ ଦେବଗଡ଼ରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୦ ହଜାର ୮୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୬ ଜଣଙ୍କ ମୃତ୍ୟୁ ହୋଇଛି । ୧ ଲକ୍ଷ ୧୮ ହଜାର ୬୪୨ରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।