India Corona Updates: ସ୍ଥିତି ସଙ୍ଗୀନ, ଶେଷ ୨୪ ଘଣ୍ଟାରେ ୧,୦୬୫ ଜୀବନ ଗଲା
1 min readନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ । ସାରା ଦେଶରେ ସ୍ଥିତି ଗମ୍ଭୀର । ପ୍ରତିଦିନ କରୋନା ନିଜ ରେକର୍ଡ଼ ନିଜେ ଭାଙ୍ଗୁଛି । ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୯୦ହଜାର ୬୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହଜାରେ ୬୫ଜଣଙ୍କ ମୃତ୍ୟୁ ହୋଇଛି ।
?State-wise details of Total Confirmed #COVID19 cases(till 06 September, 2020, 08:00 AM)
➡️States with 1-15000 confirmed cases
➡️States with 15001-100000 confirmed cases
➡️States with 100000+ confirmed cases
➡️Total no. of confirmed cases so far pic.twitter.com/WmTcqqYcna— #IndiaFightsCorona (@COVIDNewsByMIB) September 6, 2020
ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୧ଲକ୍ଷ ୧୩ହଜାର ୮୧୨ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୮ ଲକ୍ଷ ୬୨ହଜାର ୩୨୦ । କରୋନାରୁ ସୁସ୍ଥ ହେଲେଣି ୩୧ଲକ୍ଷ ୮୦ହଜାର ୮୬୬ଜଣ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୭୦ହଜାର ୬୨୬ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ୮ଲକ୍ଷ ୮୩ହଜାର ୮୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬ହଜାର ୨୭୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ସେହିପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟାଯଥାକ୍ରମେ ୪ହଜାର ୩୪୭ ଓ ୭ହଜାର ୭୫୧ । କର୍ଣ୍ଣାଟକରେ ୩ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଲେ ୟୁପିରେ ୨ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜୁରାଟରେ ଲକ୍ଷେରୁ ଅଧିକ ଲେକାଏଁ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।