ରାଜ୍ୟରେ ପୁଣି ୭ ଜଣଙ୍କର ମୁଣ୍ଡ ନେଲା କରୋନା
1 min readଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଆଜି ପୁଣି ନୂଆ ୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଯାହାପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗିରରୁ ଜଣେ, କଟକରୁ ଜଣେ, ଗଞ୍ଜାମରୁ ଜଣେ, ମାଲକାନାଗିରିରୁ ଜଣେ ଏବଂ ସୁନ୍ଦରଗଡ଼ରୁ ଜଣେ କରୋନା ରାଗୀଙ୍କର ମୃତ୍ୟୁ ହୋଇଛି । ଯଦି ଦେଖିବା ଏମାନଙ୍କର ବୟସ ୧୩ ବର୍ଷରୁ ୭୮ ବର୍ଷ ମଧ୍ୟରେ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କ ମଧ୍ୟରେ କରୋନା ପାଇଁ ମୃତ୍ୟୁ ହୋଇଥିବା ୧୩ ବର୍ଷ ବୟସ ହେଉଛି ସବୁଠାରୁ କମ୍ ବର୍ଷ ।
Regret to inform of the demise of seven Covid positive patients while under treatment in hospitals.
1.A 70 year old male of Bhubaneswar.
2.A 78 year old male of Bolangir who was also suffering from Diabetes, Hypertension & Old Cerebro Vascular Accident.
— H & FW Dept Odisha (@HFWOdisha) September 5, 2020
ଆଜି ରାଜ୍ୟରେ ପୁଣି ୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦, ୨୨୧କୁ ବୃଦ୍ଧି ହୋଇଛି । ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ ୨୯୨୯୯ ସକ୍ରିୟ ମାମଲା ରହିଛି ।
6.A 13 year old male child of Malkangiri district who was also suffering from Leukemia.
7.A 68 year old male of Sundergarh district who was also suffering from Diabetes.
— H & FW Dept Odisha (@HFWOdisha) September 5, 2020