spot_img

Latest Posts

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ୧୨ ଦିନ ପରେ ଏମ୍ସରୁ ହେଲେ ଡିସଚାର୍ଜ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି AIIMS ରୁ ଡିସଚାର୍ଜ କରାଯାଇଛି। ଗତକାଲି AIIMS ଏକ ବିବୃତ୍ତି ଜାରି କରି କହିଛି ଯେ ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। ସାମାନ୍ୟ ଜ୍ୱର ପରେ ଅମିତ ଶାହାଙ୍କୁ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ସେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ, ଅଗଷ୍ଟ ୨ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଅଗଷ୍ଟ ୧୪ରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏହା ପରେ ସେ ହୋମ ଆଇସୋଲେସନରେ ରହିଥିଲେ।

କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ‘ମୋର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ  ଆସିଛି । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏହି ସମୟରେ ଯେଉଁମାନେ ମୋର ସ୍ୱାସ୍ଥ୍ୟ ପାଇଁ ମୋତେ ଶୁଭେଚ୍ଛା ଜଣାଇ ମୋତେ ଏବଂ ମୋ ପରିବାରକୁ ଆଶୀର୍ବାଦ ଦେଇଛନ୍ତି । ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

କରୋନା ନେଗେଟିଭ ହେବାର ଚାରି ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାମାନ୍ୟ ଜ୍ୱରର ଅଭିଯୋଗ କରିଥିଲେ । ଏହା ପରେ, ଅଗଷ୍ଟ ୧୮ରେ ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । AIIMS ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ। ତାଙ୍କର ସାମାନ୍ୟ ଜ୍ୱର ହୋଇଥିଲା, ଯାହା ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଡାକ୍ତରଖାନାରୁ ମନ୍ତ୍ରଣାଳୟର କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ୧୨ ଦିନର ଚିକିତ୍ସା ପରେ, ସେ AIIMS ରୁ ଡିସଚାର୍ଜ ହୋଇଛନ୍ତି ।

Latest Posts

Don't Miss