ରାହୁଲଙ୍କ ଅଭିଯୋଗ: ଭାରତରେ ପେମେଣ୍ଟ୍ ପ୍ଲାଟଫର୍ମ ବନିବାକୁ ଚାହୁଁଛି ହ୍ୱାଟସଆପ୍,ବିଜେପି ସହ ମେଣ୍ଟ
1 min readନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପ୍ ଓ ଫେସବୁକକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟାଇମ୍ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟର ଉଦାହରଣ ଦେଇ କହିଛନ୍ତି ଯେ, ୪୦ କୋଟି ଭାରତୀୟ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି । ହ୍ୱାଟସଆପ୍ ଏହି ପ୍ଲାଟଫର୍ମକୁ ପେମେଣ୍ଟ୍ (ଟଙ୍କା ଦେଣନେଣ) ପାଇଁ ଭାରତରେ ବ୍ୟବହାର କରିବାକୁ ଚାହୁଁଛି । ଏଥିପାଇଁ ମୋଦି ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଏହିଭଳି ବିଜେପିର ହ୍ୱାଟସଆପ ଉପରେ କର୍ତ୍ତୁତ୍ୱ ରହିଛି ।
ଟାଇମ୍ ରିପୋର୍ଟକୁ ନେଇ ରାହୁଲଙ୍କ ଆକ୍ରମଣ
ରାହୁଲ ଗାନ୍ଧୀ ଏହି ପ୍ରତିକ୍ରିୟା ଟାଇମରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ଦେଇଛନ୍ତି । ଭାରତରେ ଫେସବୁକ ଓ ହ୍ୱାଚସଆପର ବ୍ୟବସାୟ ଓ ହେଟ୍ ସ୍ପିଚକୁ ନେଇ ଲିଖିତ । ଯାହାର ଶୀର୍ଷକ ହେଉଛି ‘‘ ଭାରତରେ କ୍ଷମତାରେ ଥିବା ଦଳର ଫେସବୁକ ସହ ସମ୍ବନ୍ଧ ହେଟ୍ ସ୍ପିଚ୍ ବିରୋଧରେ ଏହାର ଲଢେଇର ବାଧା ସୃଷ୍ଟି କରୁଛି’’
America's Time magazine exposes WhatsApp-BJP nexus:
Used by 40 Cr Indians, WhatsApp also wants to be used for making payments for which Modi Govt's approval is needed.
Thus, BJP has a hold over WhatsApp.https://t.co/ahkBD2o1WI
— Rahul Gandhi (@RahulGandhi) August 29, 2020
ଭାରତରେ ୪୦ କୋଟି ହ୍ୱାଟସଆପ୍ ୟୁଜର
ଟାଇମ୍ ମ୍ୟାଗାଜିନ୍ ଅନୁସାରେ ଭାରତ ହେଉଛି ଫେସବୁକର ସବୁଠୁ ବଡ ମାର୍କେଟ । ଭାରତରେ ୩୨.୮ କୋଟି ଲୋକ ଫେସବୁକ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ହ୍ୱାଟସଆପ ବ୍ୟବହାରକାରୀଙ୍କ ସଂଖ୍ୟା ୪୦ କୋଟି । ରିପୋର୍ଟ ଅନୁସାରେ ଏହି ଦୁଇ ପ୍ଲାଟଫର୍ମକୁ ଅନେକ ସମୟରେ ହେଟ୍ ସ୍ପିଚ୍ ପାଇଁ ବ୍ୟବହାର କରାଯାଇଥାଏ ।