Sushant Singh Rajput Case: ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରିୟା!

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ  ସାକ୍ଷାତକାର ଦେଇ ରିୟା ଏକାଧିକ କଥା କହିଛନ୍ତି । । ରିୟା ସୁଶାନ୍ତଙ୍କ ଆତ୍ମହତ୍ୟା,ଡ୍ରଗ୍ସ କନେକ୍ସନ, ସୁଶାନ୍ତଙ୍କ ପରିବାର ସହିତ ସମ୍ପର୍କ, ସିବିଆଇ ତଦନ୍ତ,ଅଙ୍କିତା ଲୋଖଣ୍ଡେ ଏବଂ ନେପୋଟିଜମ ଭଳି ଅନେକ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି  । ତେବେ ଗୋଟିଏ କଥା କହି ଏବେ ରିୟା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ମୁଁ ଆତ୍ମହତ୍ୟା କରିବାକୁ ଚାହେଁ,ଏଥିପାଇଁ କିଏ ଦାୟୀ ହେବ ବୋଲି ରିୟା କହିଛନ୍ତି । ରିୟାଙ୍କ ସମାଲୋଚକଙ୍କ କହିବା ହେଉଛି ସେ ଏମିତି କହି ଭିକ୍ଟିମ କାର୍ଡ ଖେଳିବାକୁ ଚାହୁଁଛନ୍ତି । ତେବେ ରିୟାଙ୍କ କହିବା ହେଉଛି ତାଙ୍କୁ ଓ ତାଙ୍କ ପରିବାରକୁ ଭିଲେନ୍ କରାଯାଇଛି । ତାଙ୍କର ଭୁଲ ହେଉଛି ଜଣକୁ ଭଲ ପାଇବା ।

ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରିୟା ତାଙ୍କର ଅଣ୍ଡରୱାର୍ଲଡ,ଡ୍ରଗ୍ସ ପେଡଲରଙ୍କ ସହ ସଂପର୍କ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଏବେ କେବଳ ଏହି କଥା ଶୁଣିବାକୁ ବାକି ଥିଲା । ମୁଁ ତ କହୁଛି ବନ୍ଧୁକ ଆଣ, ମୁଁ ଓ ମୋ ପରିବାର ଧାଡ଼ି ହୋଇ ଛିଡ଼ା ହୋଇଯିବୁ । ଆମକୁ ଗୁଳି ମାରିଦିଅ । ନଚେତ ଆମେ ଆତ୍ମହତ୍ୟା କରିଦେବୁ । କିଏ ଦାୟୀ ହେବ? ମୁଁ ଏହି ସମସ୍ତ ଅଭିଯୋଗକୁ ମାନୁନାହିଁ । ଏସବୁ ଅଯଥା । ଆଗକୁ ତଦନ୍ତ ଥିବାରୁ ଏସବୁକୁ ନେଇ ଅଧିକ ଆଲୋଚନା କରିବାକୁ ଚାହେଁନାହିଁ ବୋଲି ମଧ୍ୟ କହିଛନ୍ତି ରିୟା ।

ରିୟାଙ୍କ ଏଭଳି ଉତ୍ତର ଶୁଣି ପ୍ରଶ୍ନକର୍ତ୍ତା ତାଙ୍କୁ ପଚାରିଥିଲ ଯେ,  ଆପଣ  କଣ କହିବାକୁ ଚାହୁଁଛନ୍ତି  ଯେ,  କିଛି ମାସ ହେବ ଆପଣ ଆତ୍ମହତ୍ୟା କରିବାକୁ ଭାବୁଛନ୍ତି? । ଉତ୍ତରରେ ରିୟା କହିଥିଲେ ହଁ । ରିୟାଙ୍କୁ ପୁନର୍ବାର ଆତ୍ମହତ୍ୟା ସଂପର୍କିତ ପ୍ରଶ୍ନ ପଚରା ଯିବାରେ ସେ କହିଥିଲେ ଯେ,  ମୋତେ କିମ୍ବା ମୋ ପରିବାର ପକ୍ଷରେ ଆତ୍ମହତ୍ୟା  କରିଦେବା ଉଚିତ । ନଚେତ ଆମକୁ କେହି ଗୁଳି ମାରିଦିଅନ୍ତୁ । ଏଭଳି ମରି ମରି ବଞ୍ଚିବା, ଅସମ୍ମାନ,ଆମେ ମଧ୍ୟବିତ୍ତ ଶ୍ରେଣୀର ଲୋକ, ସମ୍ମାନ ନାହିଁ ତ କିଛି ନାହିଁ । ଆଜି ମୁଁ ଡ୍ରଗ ଡିଲର, କାଲି ମୁଁ ହତ୍ୟାକାରୀ ଥିଲି,ତା ପରେ ଆଉ କିଛି  । ଏସବୁ ସୀମାହୀନ ଆଉ ଭିତ୍ତିହୀନ । ତେଣୁ ଏପଯର୍ଯ୍ୟ କିଛି କହିନାହିଁ, କାରଣ କହିବାର କ’ଣ ଅର୍ଥ ଅଛି, ଯେତେବେଳେ ବିନା ପ୍ରମାଣରେ ଲୋକ ମନଗଢା କଥା କହୁଛନ୍ତି । ମୁଁ ଏବେ ଏତେ ଲୋକଙ୍କ ଉତ୍ତର କିଭଳି ଦେବି?

ସୂଚନାଯୋଗ୍ୟ ଯେ, ଆଜି ରିୟାଙ୍କୁ ସିବିଆଇ ଜେରା କରିଛି । ରିୟାଙ୍କୁ କାହିଁକି ଗିରଫ କରାଯାଉନି,ତାହାର ମଧ୍ୟ ଉତ୍ତର ଦେଇଛି ସିବିଆଇ । ରିୟା ସମନ ପାଇଁ ହାଜର ହୋଇଛନ୍ତି । ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି । ତେଣୁ ଏବେ ତାଙ୍କୁ ଗିରଫ କରିବାର ଆବଶ୍ୟକତା ନାହିଁ ବୋଲି ସିବିଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ।

Leave a Reply