ଅବସର ଘୋଷଣା ପାଇଁ ୭.୨୯ ମିନିଟକୁ କାହିଁକି ବାଛିଥିଲେ ଧୋନୀ ?

ନୂଆଦିଲ୍ଲୀ:  ୨୦୨୦ ଅଗଷ୍ଟ ମାସ ୧୫ ତାରିଖ ସନ୍ଧ୍ୟା ୭ଟା ବାଜି ୨୯ ମିନିଟ୍ । ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡିକରେ ସବୁ ଖବରକୁ ପଛରେ ପକାଇ ଦେଇଥିଲା ଏକ ଘୋଷଣା । ଏହି ଘୋଷଣା ଏମିତି ସାଧାରଣ ଘୋଷଣା ନ ଥିଲା । ଏହା ଥିଲା କୋଟି କୋଟି ଭାରତୀୟକ୍ରିକେଟ ପ୍ରଂଶସକଙ୍କ ହୃଦସ୍ପନ୍ଦନ ଧୋନିଙ୍କ ଘୋଷଣା । ଭାରତୀୟ କ୍ରିକେଟକୁ ଦଳକୁ ବିଶ୍ୱକପ ବିଜୟୀ କରିଥିବା ଧୋନୀ ଆଉ ବ୍ଲୁ ଜର୍ସି ପିନ୍ଧିବେ ନାହିଁ । ହାତରେ ଗ୍ଲୋବସ, ଗୋଡରେ ପ୍ୟାଡ ପିନ୍ଧି ବ୍ୟାଟ ଘୁରାଇ ଘୁରାଇ ଆଉ ଭାରତୀୟ ଦଳ ପାଇଁ ପଡ଼ିଆ ଭିତରକୁ ଆସିବେ ନାହିଁ । ଆଉ ଦେଖିବାକୁ ମିଳିବନି ତାଙ୍କ ହେଲିକପ୍ଟର ସଟ୍ ଆଉ ବିଶ୍ୱସ୍ତରୀୟ ୱିକେଟ୍ କିପିଂ । ହେଲେ ହଠାତ କାହିଁକି ଏ ଘୋଷଣା । ତା ପୁଣି ଏମିତି ଏକ ସମୟରେ । ଅବସର ତ ଦିନ ବେଳେ ଘୋଷଣା କରାଯାଇପାରିଥାଆନ୍ତା । ନ ହେଲେ ଖବରଦାତା ସମ୍ମିଳନୀ ଡାକି କୁହାଯାଇପାରିଥାନ୍ତା । କାହିଁକି ଇନଷ୍ଟ୍ରାଗ୍ରାମର ସହାୟତା ନେଲେ ମାହି । ଏମିତି ଅନେକ ପ୍ରଶ୍ନ ତାଙ୍କ ଫ୍ୟାନଙ୍କ ମନରେ ଉଙ୍କି ମାରିଛି ।

କ୍ୟାପଟେଲ କୁଲଙ୍କ ନିଷ୍ପତ୍ତି ସଂଧ୍ୟା ୭.୨୯ମିନିଟରେ କାହିଁକି ? ଧୋନିଙ୍କ ଜୀବନରେ ୭.୨୯ ମିନିଟ ଟି କାହିଁକି ଏତେ ଗୁରୁତ୍ୱ ପୂର୍ଣ୍ଣ ? ଧୋନିଙ୍କ ପାଇଁ ସେହି ସମୟର ରହସ୍ୟ କଣ ? ଏହି ସମୟରେ ଏମିତି କଣ ହୋଇଥିଲା ଯେ, ଧୋନି ତାଙ୍କ ଅବସର ପାଇଁ ଏହି ମୂହୁର୍ତ୍ତକୁ ହିଁ ବାଛି ଥିଲେ ? କଣ ଆପଣମାନେ ଜାଣିଛନ୍ତି କି ୭.୨୯ମିନିଟ ବା ୧୯୨୯ଘଣ୍ଟାର ରହସ୍ୟ ?

କିଏ ବା ଭୁଲି ପାରିବ ଭାରତୀୟ କ୍ରିକେଟ ଦଳର ୨୦୧୯ ବିଶ୍ୱକପରୁ ବିଦାୟ ଦୃଶ୍ୟ । ନିଉଜଲ୍ୟାଣ୍ଡଠାରୁ ପରାସ୍ତ ହେବା ପରେ ଭାରତ ପୁଣି ଫାଇନାଲ ଖେଲିବାରୁ ବଞ୍ଚିତ ହୋଇଥିଲା । ଏହି ମ୍ୟାଚରେ ଧୋନୀଙ୍କ ରନଆଉଟ ହିଁ ସବୁଠୁ ଦୁଃଖଦ ଦୃଶ୍ୟ ଥିଲା । ଓଲ୍ଡ ଟ୍ରାଫୋର୍ଡ ମଇଦାନରେ ଧୋନୀଙ୍କ ଫ୍ୟାଭିଲିୟନକୁ ଫେରିବାର ଦୃଶ୍ୟ ଏବେବି ଅଭୁଲା । ଆଖି ଆଗରେ ନାଚି ଉଠୁଥିବା ଏକ ଦୃଶ୍ୟ । ହଁ ମନେ ପକାଇବା ସେହି ଦିନକୁ, ୨୦୧୯ ଜୁଲାଇ ୬ ସଂଧ୍ୟା ୭ଟା୨୯ମିନିଟର କଥା । ଯେଉଁଦିନ ଭାରତ ବିଶ୍ୱକପର ସେମି ଫାଇନାଲ ମ୍ୟାଚ୍ । ନ୍ୟୁଜିଲ୍ୟାଣ୍ଡ ଦେଇଥିବା ଲକ୍ଷ୍ୟକୁ ପିଛା କରି ହରାଇ ଚାଲିଥିଲା ଗୋଟିଏ ପରେ ଗୋଟିଏ ୱିକେଟ୍ । ଟପ ଅର୍ଡର ବିପର୍ଯ୍ୟୟ ପରେ ମଇଦାନକୁ ଓହ୍ଲାଇଥିଲେ ଧୋନି । ବିଶ୍ୱାସ ଥିଲା, ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫିନିସର ଭାବେ ପରିଚିତ ଧୋନୀ ନିଶ୍ଚୟ ଭାରତକୁ ଜିତାଇବେ । ହେଲେ ସେପରି କିଛି ହୋଇ ନ ଥିଲା । ଠିକ୍ ଆଉ ୭ଟା ୨୯ରେ ଧୋନି ହୋଇଥିଲେ ରନ୍ ଆଉଟ । ନିଉଜଲ୍ୟାଣ୍ଡ ଖେଳାଳି ମର୍ଟିନ୍ ଗପଟିଲଙ୍କ ଦ୍ୱାରା ।


ଧୋନି ଠିକ୍ ସେହି ସମୟକୁ ବାଛିଲେ ଅବସର ପାଇଁ । ଇସାରା ଇସାରା କହିଦେଲେ ସେ ମଧ୍ୟ ସମଦୁଃଖୀ, ସେଦିନର ଅକସ୍ମାତ ରନଆଉଟ ପାଇଁ । ନିଜ ଅବସର ଘୋଷଣା କରି ସେଇ ମୁହୂର୍ତ୍ତ ପାଇଁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ସେ । କେଜାଣି ସେହି ସମୟରେ ରନ ଆଉଟ କେବଳ ତାଙ୍କ ଫ୍ୟାନ୍ ମାନଙ୍କୁ ବ୍ୟଥିତ କରି ନଥିଲା, ଧୋନୀଙ୍କୁ ମଧ୍ୟ ତାଙ୍କ କ୍ୟାରିୟର ସବୁଠୁ ବଡ଼ ଦୁଃଖ ଦେଇଥିଲା ।

ଆଉ ଏହି ମୁହୁର୍ତ୍ତ କେଉଁଠି ନା କେଉଁଠି ତାଙ୍କୁ ଆଉ ଘଣ୍ଟା କଣ୍ଟାର ଠିକ୍ ସେହି ସମୟ ସଂଧ୍ୟା ୭ଟା ୨୯ମିନିଟ କିନ୍ତୁ ମାସ ଅଗଷ୍ଟ ୧୫ । ଏହି ଦିନରେ କ୍ରିକେଟ ଜଗତରୁ ଅବସର ନେଇଛନ୍ତି ଧୋନି । ତାଙ୍କର ଏହି ନିଷ୍ପତ୍ତିକୁ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଆଉ ଲେଖିଥିଲେ “ଆପଣମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ବହୁତ ଧନ୍ୟବାଦ । ୧୯୨୯ ସମୟରେ ମୁଁ ଅବସର ନେଉଛି । ” ଆଉ ଏହାସହ ଗୋଟିଏ ଭିଡ଼ିଓ ମଧ୍ୟ ସେୟାର କରିଥିଲେ ଏମ୍ ଏସ୍ ଧୋନି । ଯାହା କରିଥିଲା ନିରାଶ ତାଙ୍କର ଅଗଣିତ ଶୁଭେଚ୍ଛୁଙ୍କୁ ।

Leave a Reply