କାମ ହେଉନି କିନ୍ତୁ ଉଠୁଛି ଟଙ୍କା ଉପରେ ଟଙ୍କା, ଅନିୟମିତତାରେ ଲୁଚିଯାଇଛି କାମର ହିସାବ

କଳାହାଣ୍ଡି:  ମନରେଗା ଯୋଜନାରେ ଶ୍ରମିକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ କାମ ହାତକୁ ନିଆଯାଉଛି । ହେଲେ ଅନେକ ସମୟରେ ଏଥିରେ ଅନିୟମିତତା ହେଉଥିବା ଅଭିଯୋଗ ଆସୁଛି । ଏଭଳି କିଛି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ । ଅଭିଯୋଗ ଅନୁଯାୟୀ କାମ ନହୋଇ ଉଠାଯାଉଛି ଟଙ୍କା । କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ବ୍ଳକ ସାଲେପାଲି ପଞ୍ଚାୟତର ଭଏରମୁଣ୍ଡାରୁ କାର୍ଣ୍ଣିମାଳ ପର୍ଯ୍ୟନ୍ତ ରାସ୍ତାକାମ ସଂପୂର୍ଣ୍ଣ ହୋଇଥିବା ଦର୍ଶାଇ ୪ଲକ୍ଷ ୨୨ହଜାର ୨୦୬ଟଙ୍କା ଉଠାଯାଇଥିବା ହୋଇଛି ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ, ଏଠାରେ ଅନିୟମିତତାର ତାଲିକା ବହୁତ ଲମ୍ବା ରହିଛି । ବିଭିନ୍ନ କ୍ଷେତ୍ରରେ ଅନିୟମିତତା ଦେଖିବାକୁ ମିଳିଛି । ଚେକ୍‌ଡ୍ୟାମ୍‌ ଓ ଅନ୍ୟରାସ୍ତା କାମରେ ମଧ୍ୟ ଅନିୟମିତତା ହୋଇଥିବା ଭିଜିଲାନ୍ସରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ସାଲେପାଲି ସରପଞ୍ଚ ଖଣ୍ଡନ କରିବା ସହ କାମ ସମ୍ପୂର୍ଣ୍ଣ ହୋଇନଥିବା କହିଛନ୍ତି । କନିଷ୍ଠ ଯନ୍ତ୍ରୀ କହିଛନ୍ତି, ଯେତିକି କାମ ହୋଇଛି, ସେତିକି ବିଲ୍‌ ହୋଇ ଟଙ୍କା ଉଠାଯାଇଛି । ଅନ୍ୟପଟେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ ଏହାର ତଦନ୍ତ କରୁଛି । ସଂପୂର୍ଣ୍ଣ ବିଲ ହୋଇନଥିବା ଓ ତଦନ୍ତ ଚାଲିଛି ବୋଲି ଭିଜିଲାନ୍‌ସ ଡିଏସ୍‌ପି କହିଛନ୍ତି  । ସେପଟେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କିଏ ସତ କହୁଛନ୍ତି, ଗ୍ରାମବାସୀ ନା ସରକାରୀ ଅଧିକାରୀ  ।

Leave a Reply