spot_img

Latest Posts

କଡା ସୁରକ୍ଷା ଘେରରେ ଲାଲ କିଲ୍ଲା,ଏଥର ଏମିତି ରହିବ ସ୍ୱାଧୀନତା ଦିବସରେ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଘେରାରେ ପୁରା ଦିଲ୍ଲୀ । ପାଦେ ପାଦେରେ ଲାଲ କିଲାକୁ ଘେରି ରହିଛନ୍ତି ଦେଶର ଯବାନ । ସ୍ୱାଧୀନତା ଦିବସ ପାଇଁ ଲାଲ କିଲ୍ଲାକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରେ ତ୍ରିରଙ୍ଗା ଉତ୍ତଳନ କରିବେ । କରୋନା ସଙ୍କଟ ଯୋଗୁଁ, ଏଥର ଇଭେଣ୍ଟରେ ବିଶେଷ ପରିବର୍ତ୍ତନ କରାଯାଇଛି ଏବଂ ସାମାଜିକ ଦୂରତା ଅନୁସରଣ କରାଯିବ ।

ଲାଲ କିଲ୍ଲା ଚାରିପାଖରେ ଏକ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ NSG ସ୍ନାଇପର, ଏଲିଟ ସ୍ୱାଟ କମାଣ୍ଡୋ ଏବଂ କାଇଟ କ୍ୟାଚରଙ୍କ ଏକ ଟିମ୍ ନିୟୋଜିତ କରାଯାଇଛି । ଏହା ସହିତ ୩୦୦ ରୁ ଅଧିକ କ୍ୟାମେରା ଲଗାଯାଇଛି । ପ୍ରତି ସେକେଣ୍ଡରେ ସେମାନଙ୍କର ଫୁଟେଜ ଉପରେ ନଜର ରଖାଯାଉଛି । ଏହା ବ୍ୟତୀତ ପ୍ରାୟ ୪ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ତେବେ ସ୍ୱାଧୀନତା ଦିବସ ପାଳନ ବେଳେ କୋଭିଡ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ପୁରୁଣା ଦିଲ୍ଲୀ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନ ମଧ୍ୟ ଲାଲକିଲ୍ଲା ନିକଟରେ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି । ଡେପୁଟି କମିଶନର (ରେଳବାଇ) ହରେନ୍ଦ୍ର କୁମାର ସିଂ କହିଛନ୍ତି ଯେ ରେଳ ଷ୍ଟେସନ ସହିତ ଟ୍ରାକରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ୧୫ ଅଗଷ୍ଟ ସକାଳ ୬.୪୫ ରୁ ୮.୪୫ ପର୍ଯ୍ୟନ୍ତ, ଲାଲକିଲା ଦେଇ ଯାଉଥିବା ଟ୍ରାକରେ  ଟ୍ରେନ ଚଳାଚଳ ବନ୍ଦ ରହିବ ।

ଏହାପୂର୍ବରୁ ଗୁରୁବାର ଦିନ ଲାଲ କିଲ୍ଲା ୭୪ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସମ୍ପୂର୍ଣ୍ଣ ଡ୍ରେସ ରିହର୍ସାଲ କରାଯାଇଛି । ସେନା, ବାୟୁସେନା ଏବଂ ନୌସେନାର ସୈନିକମାନେ ପାରେଡ କରିଥିଲେ । ରିହରସଲ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଲାଲ୍ ଦୁର୍ଗର ରାସ୍ତା ବନ୍ଦ ରହିଥିଲା । ନେତାଜୀ ସୁଭାଷ ମାର୍ଗ, ଲୋହିଆ ରୋଡ୍, ଏସପି ମୁଖାର୍ଜୀ ମାର୍ଗ, ଚାନ୍ଦନୀ ଚକ୍ ରୋଡ୍, ନିଶାଦ ରାଜ ମାର୍ଗ, ଏସପ୍ଲାନେଡ୍ ରୋଡ୍ ଏବଂ ନେତାଜୀ ସୁଭାଷ ମାର୍ଗ, ରାଜ ଘାଟରୁ ISBT ରିଙ୍ଗ ରୋଡ୍, ISBT ରୁ ଆଇପି ପ୍ଲାଏଓଭର ରୋଡ୍ ରାତି ୧୦ ଟାରୁ ବନ୍ଦ ରହିବ । ଏହା ସହିତ ସମାରୋହରେ ଉପସ୍ଥିତ ଅତିଥି ଏବଂ ସୁରକ୍ଷା କର୍ମୀଙ୍କୁ କରୋନା ଗାଇଡଲାଇନ ଅନୁସରଣ କରିବାକୁ ଦିଲ୍ଲୀ ପୋଲିସ ନିର୍ଦ୍ଦେଶ ଦେଇଛି । ୩୫୦ ଦିଲ୍ଲୀ ପୋଲିସ୍, ଯେଉଁମାନେ ଗାର୍ଡ ଅଫ୍ ଅନରର ଅଂଶ ଅଟନ୍ତି, ସେମାନଙ୍କୁ କ୍ୱାରେଣ୍ଟାଇନ କରାଯାଇଛି  ।

Latest Posts

Don't Miss