କମିିଶନରେଟ ପୋଲିସର କଡ଼ା ନିର୍ଦ୍ଦେଶ, ଟ୍ୱିନ ସିଟିରେ ହେବନି ଗଣେଶ ପୂଜା
1 min readଭୁବନେଶ୍ୱର: କରୋନା ପାଇଁ ଫିକା ପଡିଲା ପର୍ବ ପର୍ବାଣୀ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ସବୁ ପ୍ରକାର ପ୍ରୟାସ ମଧ୍ୟରେ ବଳିପଡ଼ିଯାଉଛି ସଂସ୍କୃତି । ସେ ମୁସଲମାନ ହୁଅନ୍ତୁ କି ହିନ୍ଦୁ, ସମସ୍ତଙ୍କ ସଂସ୍କୃତିକୁ ଫିକା କରିଛି କରୋନା । ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ବିଘ୍ନ ହରତା ଅଗ୍ରପୂଜ୍ୟ ଦେବତା ଗଣେଶଙ୍କ ପୂଜା କଟକଣା ଭିତରକୁ ଚାଲି ଆସିଛି । ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀକୁ କଟକଣା ମଧ୍ୟରେ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଗଣେଶ ପୂଜାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
In view of COVID-19 pandemic there're restrictions on large religious congregations. So, no permission has been given to Puja Mandaps to celebrate Ganesh Puja at community level. Even Ganapati festival in Mumbai isn't taking place this year. All are requested to cooperate.
— COMMISSIONERATE POLICE (@cpbbsrctc) August 13, 2020
ଟ୍ୱିନ ସିଟିରେ ଗଣେଶ ପୂଜା ଉପରେ ରୋକ୍ ଲଗାଇଛି କମିଶନରେଟ ପୋଲିସ । ଏଥର ସର୍ବସାଧାରଣରେ ପାଳନ ହେବନି ବିଘ୍ନବିନାଶକଙ୍କ ପୂଜା । କୋଭିଡ ମହାମାରୀ ସ୍ଥିତି ନେଇ ପୂଜା ମଣ୍ଡପରେ ଚଳିତ ବର୍ଷ ପୂଜା ପାଇଁ ଅନୁମତି ଦିଆଯିବନି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ପ୍ରସିଦ୍ଧ ଗଣେଶ ପୂଜା ପାଳନ ହେବ ନାହିଁ । ଏବଂ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ।
ଆପଣଙ୍କୁ କହି ରଖୁଛୁ ଯେ, ମୁମ୍ବାଇର ଗଣେଶ ପୂଜା ଭାରତ ପ୍ରସିଦ୍ଧ । ଏବଂ କରୋନା କାୟାରେ ସବୁଠୁ ଅଧିକ ପ୍ରଭାଭିତ ମୁମ୍ବାଇ ହିଁ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ ସର୍ବାଧିକ ରହିଛି ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ୫ଲକ୍ଷ ୪୮ହଜାର ୩୧୩ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୮ହଜାର ୬୫୦ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।