କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ନିଧନ,ଟିଭି ଡିବେଟ୍ ପରେ ହୃଦଘାତରେ ମୃତ୍ୟୁ
1 min readନୂଆଦିଲ୍ଲୀ: ଭାରତୀୟ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ନିଧନ ହୋଇଯାଇଛି । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଅନୁସାରେ ବୁଧବାର ସଂଧ୍ୟା ବେଳେ ଗୋଟିଏ ଟିଭି ଡିବେଟରେ ଭାଗ ନେବା ପରେ ରାଜୀବଙ୍କର କାର୍ଡିଆକ୍ ଆରେଷ୍ଟ ହୋଇଥିଲା । ରିପୋର୍ଟ ଅନୁସାରେ ତାଙ୍କ ଦେହ ଅସୁସ୍ଥ ହେବାକୁ ତାଙ୍କୁ ଗାଜିଆବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । କଂଗ୍ରେସ ସଚିବ ଡ.ବିନୀତ ପୁନିୟା ଟ୍ୱିଟ୍ କରି ତାଙ୍କ ନିଧନ ଖବର ଦେଇଛନ୍ତି । ରାଜୀବଙ୍କ ଦେହାନ୍ତ ଖବର ଶୁଣି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଶୋକବ୍ୟକ୍ତ କରିଛନ୍ତି ।
आज शाम 5:00 बजे आज तक पर रहूंगा। धन्यवाद।
— Rajiv Tyagi (@RTforINDIA) August 12, 2020
ସଂଧ୍ୟାରେ କରିଥିଲେ ଶେଷ ଟ୍ୱିଟ୍
ତ୍ୟାଗୀ ବୁଧବାର ସଂଧ୍ୟା ୪.୩୦ ମିନିଟରେ ନିଜ ଶେଷ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସଂଧ୍ୟା ୫ଟାରେ ସେ ଗୋଟିଏ ଘରୋଇ ଟିଭି ଚ୍ୟାନେଲ ଆଲୋଚନାରେ ଭାଗ ନେବେ ବୋଲି ସୂଚନା ଦେଇଥିଲେ ।
बेहद दुखद – भारतीय राष्ट्रीय कांग्रेस के प्रवक्ता और वरिष्ठ कांग्रेस नेता श्री राजीव त्यागी जी नहीं रहे।
उनके परिवारजनों और प्रशंसकों को मेरी हार्दिक संवेदना https://t.co/WGII9dD8r4
— Dr Vineet Punia / विनीत पुनिया (@VineetPunia) August 12, 2020
ତ୍ୟାଗୀଙ୍କ ନିଧନ ଖବର ଦେଇ ପୁନିୟା କହିଛନ୍ତି ଯେ, ଭାରତୀୟ ଜାତୀୟ କଂଗ୍ରେସ ମୁଖପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ରାଜୀବ ତ୍ୟାଗୀ ଆଉ ନାହାନ୍ତି । ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା ।
विश्वास नहीं हो रहा है कंग्रेस के प्रवक्ता मेरे मित्र श्री @RTforINDIA हमारे साथ नहीं है।
आज 5 बजे हम दोनो ने साथ में @aajtak पर डिबेट भी किया था।
जीवन बहुत ही अनिश्चित है …अभी भी शब्द नहीं मिल रहें
हे गोविंद राजीव जी को अपने श्री चरणो में स्थान देना?— Sambit Patra (Modi Ka Parivar) (@sambitswaraj) August 12, 2020
ବିଜେପି ନେତା ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ‘‘ ବିଶ୍ୱାସ ହେଉନି ଯେ, କଂଗ୍ରେସ ମୁଖପାତ୍ର ମୋ ବନ୍ଧୁ ରାଜୀବ ତ୍ୟାଗୀ ଆମ ସହ ନାହାନ୍ତି । ଆଜି ସଂଧ୍ୟା ୫ଟା ବେଳେ ଆମେ ଉଭୟ ଏକାଠି ଡିବେଟ୍ କରିଥିଲୁ । ଜୀବନ ଅତ୍ୟନ୍ତ ଅନିଶ୍ଚିତ । ବର୍ତ୍ତମାନ ମୋତେ ଶବ୍ଦ ମିଳୁନାହିଁ ।