spot_img

Latest Posts

ଜିଲାଓ୍ୱାରୀ ମହିଳା ପ୍ରଭାରୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ନିଜର ମହିଳା ସଙ୍ଗଠନକୁ ଆହୁରି ମଜଭୁତ କରିବା ଦିଗରେ ଧ୍ୟାନ ଦେଇଛି । ଦଳ ଜିଲାଓ୍ୱାରୀ ମହିଳା ପ୍ରଭାରୀଙ୍କ ନାମ ଘୋଷଣା କରିଛି । ନିଯୁକ୍ତି ପାଇଥିବା ପ୍ରଭାରୀମାନେ ତୃଣମୂଳ ସ୍ତରରେ ଦଳର ମହିଳା ସଙ୍ଗଠନକୁ ମଜଭୁତ କରିବା ଦିଗରେ ବିଶେଷ ଧ୍ୟାନ ଦେବା ସହ କିଭଳି ଭାବେ ମହିଳାମାନେ ମୁଖ୍ୟସ୍ରୋତରେ ସାମିଲ ହେବ ସେ ନେଇ ପ୍ରୟାସ ଜାରି ରଖିବେ ।

ବିଜୁ ଜନତା ଦଳର ଗଣମାଧ୍ୟମ ବ୍ୟାପାର ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଇଁ ଗୀତା ବସ୍ତିଆ, କେନ୍ଦୁଝରରୁ ଲୋପାମୁଦ୍ରା ବକ୍ସିପାତ୍ର,  ଖୋର୍ଦ୍ଧାରୁ କସ୍ତୁରୀ ମହାପାତ୍ର, ମୟୂରଭଞ୍ଜରୁ ଊର୍ମିଲତା ଦାସ, କଟକରୁ ପ୍ରଭାସୀନ ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜ୍ୟୋତି ପାଣିଗ୍ରାହୀ, ରାୟଗଡ଼ାରୁ ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ୱରରୁ ଭାରତୀ ସିଂହ, ନୟାଗଡ଼ରୁ କୁଞ୍ଜଲତା ସାମଲ,  ଜତଗସିଂହପୁରରୁ ସଂଯୁକ୍ତା ମାହଳ ଓ ମାଲକାନଗିରିରୁ ନିବେଦିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି ।

ସେହିଭଳି କନ୍ଧମାଳର ସଂଘମିତ୍ରା ଦଳାଇ, ଯାଜପୁରର ରେଜଓ୍ୱାନା ବେଗମ, ସମ୍ୱଲପୁରର ମିନତୀ ଦେବତା, କେନ୍ଦ୍ରାପଡ଼ାର ମିତା ରାଉତ, ବଲାଙ୍ଗିରର ସରୋଜିନ ରାଜ୍, ଅନୁଗୁଳର ପୁଷ୍ପାଞ୍ଜଳୀ ରଣା, କଳାହାଣ୍ଡିର ସଂଯୁକ୍ତା ମହାନ୍ତି, ପୁରୀର ସନ୍ଧ୍ୟା ବିଶ୍ୱାଳ, ସୋନପୁରର ରଞ୍ଜୁଲତା ରାୟ, ନୂଆପଡ଼ାର ରୁନୁ ଜେନା, କୋରାପୁଟର ମୀରା ପରିଡ଼ାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି । ତେବେ ବରଗଡ଼ ପାଇଁ ନିବେଦିତା ନାୟକ, ଭଦ୍ରକ ପାଇଁ ସରୋଜୀନି ମହାପାତ୍ର,  ନବରଙ୍ଗପୁର ପାଇଁ ସମ୍ପା ମଜୁମଦାର, ଢେଙ୍କାନାଳ ପାଇଁ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ, ଝାରସୁଗୁଡ଼ାର ସାଗରିକା ମିଶ୍ର, ବୌଦ୍ଧ ପାଇଁ ବାସନ୍ତୀ ସିଂହ,  ଦେଓଗଡ଼ ପାଇଁ ବନଜା ମହାପାତ୍ର ଓ ଗଜପତି ପାଇଁ ବାସନ୍ତୀ ମହାପାତ୍ରଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଜେଡି ପକ୍ଷରୁ ନିଜର ସାଧାରଣ ସମ୍ପାଦକ ଓ ଉପ ସଭାପତିମାନଙ୍କ ତାଲିକା ଘୋଷଣା ସରିଛି ।

Latest Posts

Don't Miss