ରାମ ମନ୍ଦିର ଭୂମି ପୂଜା : ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ କଲୋ ଶ୍ରୀରାମଙ୍କ ଆରାଧନା
ପୁରୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନକୁ ନେଇ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଶ୍ରୀସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ତିଆରି କରିଥିବା ବାଲୁକାକଳାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତୀକୁ ସ୍ଥାନ ଦିଆଯାଇଛି । ଏହାସହ ଭବ୍ୟ ମନ୍ଦିରର ପ୍ରତିକୃତି ମଧ୍ୟ ବାଲୁକା ସାହାର୍ଯ୍ୟରେ ସେ ନିର୍ମାଣ କରିଛନ୍ତି। ୫ ଫୁଟ ଉଚ୍ଚତା ରହିଛି ଏହି ବାଲୁକାକଳାଟି ଅତି ସୁନ୍ଦର ଦିଶୁଥିବା ବେଳେ ଖୁବ ମନମୁଗ୍ଧକର ହୋଇଛି ।
ଜଣାଇ ରଖୁଛୁ ଯେ, ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ହେବ ଭୂମି ପୂଜନ । ଏଥିପାଇଁ ପୂରା ପ୍ରସ୍ତୁତ ଅଯୋଧ୍ୟା ନଗରୀ । ଆଜି ଦେଶ ତଥା ବିଦେଶରେ ଉତ୍ସବର ମାହୋଲ ରହିଛି । ଦେଶ ମଙ୍ଗଳବାର ସନ୍ଧ୍ୟା ଠାରୁ ରାଜ୍ୟ ଉଜ୍ଜ୍ୱଳ ହୋଇଥିଲା, ଏହା ଆସନ୍ତାକାଲି ରାତି ପର୍ଯ୍ୟନ୍ତ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାରେ ସାମିଲ ହେବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୨ଟା ସୁଦ୍ଧା ଭୂମିପୂଜନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିବେ।
ହନୁମାନ ପୂଜା ପରେ ୧୨ଟା ୪୪ରେ ମୋଦି ମନ୍ଦିର ନିର୍ମାଣର ଶୁଭ ରଖିବେ । ଏଥିପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୀମା ସିଲ କରାଯାଇଛି । ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯାଉଛି। ଅଯୋଧ୍ୟା ଧାମରେ ୩୫,୧୦୦୦ ଦୀପ ଜଳା ଯାଇଛି। ଏହି ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି। ରାମନଗରୀରେ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ବିନା କାର୍ଡରେ ମଧ୍ୟ ସହରକୁ ଯିବାକୁ ଅନୁମତି ମିଳୁନାହିଁ । ସୋମବାର ଠାରୁ ରାମନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।