ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ପ୍ରକାଶ ପାଇବ ପରୀକ୍ଷା ଫଳ

ସମ୍ୱଲପୁର: ଯୁକ୍ତଦୁଇ ଖାତାଦେଖା ଶେଷ ହୋଇଛି । ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ । ଶେଷ ସପ୍ତାହରେ ପ୍ରକାଶ ପାଇବ କଳା ପରୀକ୍ଷାଫଳ । ସେପଟେ ଯୁକ୍ତଦୁଇ ନାମଲେଖା ନେଇ ଶିକ୍ଷକମାନଙ୍କୁ ଅନ୍‌ଲାଇନ ତାଲିମ ପ୍ରଦାନ ଆରମ୍ଭ ହୋଇଛି । ଏହି ସମୟରେ କରୋନା ସଂକ୍ରମଣ ରୋକିବାକୁ ନିଆଯାଇଛି ପଦକ୍ଷେପ । ଖୁବ୍‌ଶୀଘ୍ର ଯୁକ୍ତଦୁଇ ନାମଲେଖା ପାଇଁ ବଜ୍ଞପ୍ତି ପ୍ରକାଶ ପାଇବ ।

ସାଢ଼େ ୩ ଲକ୍ଷ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ । ଲଡ୍‌ଡାଉନ୍‌ ଓ ସଟ୍‌ଡାଉନ୍ ବାଧାବିଘ୍ନ ମଧ୍ୟରେ ‌ଅନ୍‌ଲାଇନ୍‌ରେ ପରୀକ୍ଷା ଖାତା ମୂଲ୍ୟାୟନ ସରି ଏବେ ଟାବୁଲେସନ୍ ଚାଲିଛି । କିଛି ବିଷୟର ପରୀକ୍ଷା ମଧ୍ୟ ହୋଇ ପାରି ନଥିଲା । ଏଥିପାଇଁ ପୂର୍ବ ପରୀକ୍ଷାର ମାର୍କକୁ ଆଭରେଜ୍‌ ଭାବେ ନିଆଯାଇଛି । ଅଗଷ୍ଟ ଶେଷ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବ ।

ବିଳମ୍ବ ହେଲେ ସୁଦ୍ଧା ପରୀକ୍ଷାର୍ଥୀ ଆଶ୍ୱସ୍ତ ହୋଇଛନ୍ତି । ସେପଟେ ଯୁକ୍ତଦୁଇ ନାମଲେଖା ନେଇ ଶିକ୍ଷକମାନଙ୍କ ଅନଲାଇନ ତାଲିମ ଆରମ୍ଭ ହୋଇଛି । ରାଜ୍ୟର ୧୦୧ଟି ଉତ୍କର୍ଷ ବିଦ୍ୟାଳୟ, ୩୦ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜ ଓ ଶିକ୍ଷକ ଶିକ୍ଷା କଲେଜ ଶିକ୍ଷକଙ୍କୁ ଏହି ତାଲିମ ଦିଆଯାଉଛି । ୧୦୧ଟି ସ୍କୁଲରୁ ୨ ଜଣ ଲେଖାଏ, ଯୁକ୍ତଦୁଇ ଓ ଶିକ୍ଷକ ଶିକ୍ଷା କଲେଜରୁ ଜଣେ ଲେଖାଏ ଶିକ୍ଷକ ଦୈନିକ ୨ ଘଣ୍ଟା ତାଲିମ ପାଇବେ । ୫ ଦିନ ଧରି ଟ୍ରେନିଂ ଚାଲିବ । କରୋନା ଯୋଗୁ ଏବେ ସ୍କୁଲ କଲେଜ ବନ୍ଦ । ଅଗଷ୍ଟ ୩୧ ଯାଏ ସ୍କୁଲ କଲେଜ ଖୋଲିବ ନାହିଁ । ଅନଲାଇନରେ ଶିକ୍ଷାଦାନ ହିଁ ବିକଳ୍ପ  ।

Leave a Reply