ପିଲାଙ୍କୁ କ୍ରେଡ଼ିଟ କାର୍ଡ଼ ଦେବା ପୂର୍ବରୁ କହିଦିଅନ୍ତୁ ଏହି ୫ଟି ଜରୁରୀ କଥା
1 min readଆଜି ଜିନିଷ କିଣି ପରେ ଟଙ୍କା ଦେବା ସହିତ ଭିନ୍ନ ଭିନ୍ନ ଆକର୍ଷଣୀୟ ଲାଭ ମିଳେ କ୍ରେଡିଟ୍ କାର୍ଡ଼ରେ । କ୍ୟାଶବ୍ୟାକ୍ ଏବଂ ଗିଫ୍ଟ ପଏଂଟ୍ସ ମିଳୁଥିବାରୁ କ୍ରେଡିଟ୍ କାର୍ଡ଼ର ଲୋକପ୍ରିୟତା ଯଥେଷ୍ଟ ଅଧିକ । ବିଶେଷ କରି ଯୁବପୀଢିଙ୍କ ପାଇଁ । ଏହା ଦ୍ୱାରା ନିଜ ଇଛା ଅନୁସାରେ ଜିନିଷ କିଣି ପାରୁଛନ୍ତି ଯୁବପୀଢି । ଖବର ଅନୁସାରେ ଏହି କ୍ରେଡିଟ କାର୍ଡ଼ ସହିତ ଲୋକଙ୍କ ଦାୟୀତ୍ୱ ବଢି ଯାଉଛି । ତେବେ ନିଜ ପିଲାଙ୍କୁ କ୍ରେଡିଟ୍ କାର୍ଡ଼ ଦେବା ପୂବର୍ରୁ ଏହି ୫ଟି କଥାକୁ ପ୍ରଥମେ ଧ୍ୟାନ ଦିଅନ୍ତୁ ।
ଆଡ ଅନ କ୍ରଡିଟ୍ କାର୍ଡ଼
୧. କ୍ରେଡିଟ କାର୍ଡକୁ ଠିକ ଭାବରେ ବ୍ୟବହାର କରିନପାରିଲେ ଅର୍ଥନୈତିକ ସମସ୍ୟା ଦେଖା ଦେଇପାରେ । ତେଣୁ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଏହି କାର୍ଡ଼ ଦେବା ଅନୁଚିତ୍ । ଏହି ପରିସ୍ଥିତିରେ ଆପଣ ତାଙ୍କୁ ଆଡ ଅନ କ୍ରେଡିଟ୍ କାର୍ଡ଼ ଦେଇ ପାରିବେ ।
କ୍ରେଡିଟ୍ ଲିମିଟ୍
ଆଡ ଅନ କ୍ରେଡିଟ୍ କାର୍ଡ଼ ସହିତ ପ୍ରାଥମିକ କ୍ରେଡ଼ିଟ୍ କାର୍ଡ଼ର କ୍ରେଡିଟ ଲିମିଟ୍ ଶେୟାର ହୋଇଥାଏ । ନିଜ ପିଲାଙ୍କୁ କାର୍ଡ଼ର ଲିମିଟ୍ ବିଷୟରେ କୁହନ୍ତୁ । ଆପଣଙ୍କ କମ୍ବାଇଣ୍ଡ ମନ୍ଥଲି କାର୍ଡ଼ ବିଲ୍ ଆପଣଙ୍କ କ୍ରେଡିଟ୍ ଲିମିଟର ୩୦%ରୁ ଅଧିକ ନ ହେବା ଉଚିତ୍ । କାରଣ ଏହା କ୍ରେଡ଼ିଟ୍ ବ୍ୟବହାରର ଅନୁପାତକୁ କମ କରିବାରେ ସହାୟକ ହୋଇଥାଏ । ପ୍ରାଇମେରୀ କାର୍ଡ଼ ଗ୍ରାହକଙ୍କ କ୍ରେଡ଼ିଟ ସ୍କୋର ପାଇଁ ଏହା ଖୁବ ଭଲ । ତେବେ କିଭଳି ଲିମିଟ ଅନୁସାରେ ଖର୍ଚ୍ଚ କରାଯିବ ସେହି ବିଷୟରେ ନିଜ ପିଲାଙ୍କୁ ଅବଗତ କରାନ୍ତୁ ।
କାର୍ଡ଼ର ସୁରକ୍ଷା-
ପ୍ରାଇମେରି କାର୍ଡ଼ ହେଉ ବା ଆଡ ଅନ କାର୍ଡ଼ ଦୁଇଟିକୁ ଖୁବ ସାବଧାନତାର ସହିତ ବ୍ୟବହାର କରିବା ଉଚିତ୍ । ଯଦି ଏଥିପ୍ରତି ଧ୍ୟାନ ଦିଆନଯାଏ ତେବେ କାର୍ଡ଼ରୁ ସବୁ ଟଙ୍କା ଶେଷ ହୋଇଯିବ । ତେଣୁ ସିଭିଭି ନମ୍ବରକୁ ଗୁପ୍ତ ଭାବରେ ରଖିବା, ନିୟମିତ ଭାବରେ ପିନକୁ ଅପଡେଟ୍ କରିବା, ଅନଲାଇନ ଆକାଉଂଟକୁ ସୁରକ୍ଷିତ ରଖିବା ଇତ୍ୟାଦି କଥା ପିଲାଙ୍କୁ ସଚେତନ କରାନ୍ତୁ । ଏହା ବ୍ୟତୀତ କିଭଳି ଭାବରେ କାର୍ଡ଼ ଧାରକଙ୍କୁ ଧୋକା ମିଳିଥାଏ, ସେହି ବିଷୟରେ ମଧ୍ୟ ନିଜ ପିଲାଙ୍କୁ ଅବଗତ କରାନ୍ତୁ ।
ଠିକ ସମୟରେ ରିପେମେଣ୍ଟ
ଯେଭଳି ଠିକ୍ ସମୟରେ କାର୍ଡ଼ର ବିଲ ରିପେମେଂଟ କରାଯାଏ ସେଥିପ୍ରତି ସଚେତନ କରାନ୍ତୁ । କାରଣ ଠିକ ସମୟରେ ଏହାକୁ ଦୃଷ୍ଟି ନଦେଲେ ଅଧିକ ସୁଧ ବଢିବା ସହିତ ଜରିମନା ମଧ୍ୟ ପଡ଼ିପାରେ ।
କ୍ରେଡିଟ୍ କାର୍ଡ଼ରୁ କିଭଳି ଟଙ୍କା ଉଠାଇବେ
ଯଦି ଆପଣ ଟଙ୍କା ଉଠାଇବା ପାଇଁ କାର୍ଡ଼କୁ ବ୍ୟବହାର କରୁଛନ୍ତି ତେବେ କାର୍ଡ଼ କମ୍ପାନୀ ଏହା ଉପରେ ଅଧିକ ସୁଧ ନେଇଥାନ୍ତି । ଟଙ୍କା ଉଠାଇବା ଦିନଠାରୁ ସୁଧ ଲାଗିବା ଆରମ୍ଭ ହୋଇ ଯାଇଥାଏ । ତେବେ ଅତି ଜରୁରୀ ସମୟରେ ଟଙ୍କା ଉଠାଇବା ପାଇଁ ନିଜ ପିଲାଙ୍କୁ କୁହନ୍ତୁ ।