ଇଦ୍ ମୁବାରକ୍ ଜଣାଇଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଆଜି ପବିତ୍ର ଇଦ ଉଲ ଜୁହା । ରାଜ୍ୟର କରୋନା କଟକଣା ପାଇଁ ସାମୁହିକ ଭାବରେ ବକ୍ରିଦ୍ ପାଳନ ଉପରେ କଟକଣା ଜାରି ରହିଛି । ତେଣୁ ମୁସଲମାନ ଭାଇଭଉଣୀମାନେ ଘରେ ରହି ପାଳନ କରୁଛନ୍ତି ପର୍ବ । ଇଦ ଅବସରରେ ମାନସିକଧାରୀ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ପଶୁଙ୍କୁ ସମର୍ପଣ କରିଥାନ୍ତି । ତେଣୁ ଏହାକୁ ବଳିଦାନର ପର୍ବ ମଧ୍ୟ କୁହାଯାଏ । କରୋନା ପାଇଁ ବିଭିନ୍ନ ମସଜିଦରେ କେବଳ ମୌଲବୀ ମାନେ ହିଁ ନମାଜ ପାଠ କରିବାର ନିଷ୍ପତ୍ତି ନିଆଯାଇଛି । କୌଣସି ପ୍ରକାର ଭିଡ଼ ଯେପରି ମସଜିଦ ସାମ୍ନାରେ ନହୁଏ ସେଥିପାଇଁ ପୋଲିସ ମୁତୟନ କରାଯାଇଛି ।
Warm greetings on the auspicious occasion of #EidAdhaMubarak. May the Eid bring happiness and strengthen the spirit of peace, brotherhood & compassion in society.#EidMubarak pic.twitter.com/Q2IOnKtEy8
— Naveen Patnaik (@Naveen_Odisha) August 1, 2020
ସାରା ରାଜ୍ୟ କରୋନା ଭୟରେ ରହୁଥିବା ବେଳେ ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୁସଲମାନ ଭାଇଭଉଣୀ ‘ଇଦ୍ ମୁବାରକ୍’ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଇଦ୍ ଜୀବନରେ ସୁଖ ଆଣିବା ସହ ଶାନ୍ତି ବଜାୟ ରଖୁ ବୋଲି ସେ କାମନା କରିଛନ୍ତି ।
ଏହାସହ ଦେଶର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ନମାଜ ପାଠ ବେଳେ ସାମାଜିକ ଦୂରତା ଏବଂ ମାସ୍କ ଉପରେ ବେଶ ଗୁରୁତ୍ୱ ଦିଆଯାଇଛି । ଦିଲ୍ଲୀ ଜାମା ମସଜିଦରେ ସକାଳୁ ସକାଳୁ ନମାଜ ପାଠ ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗିଥିଲା । ଶ୍ରଦ୍ଧାଳୁଙ୍କ ସ୍କ୍ରିନିଂ ପରେ ନମାଜ ପାଠ ପାଇଁ ମସଜିଦକୁ ଛାଡ଼ିଥିଲା ପୋଲିସ । ତେବେ କିଛି ଶ୍ରଦ୍ଧାଳୁ ସାମାଜିକ ଦୂରତା ମାନିନଥିବା ମଧ୍ୟ ନଜର ଆସିଛି । ସେପଟେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭୀ ଘରେ ରହି ନମାଜ ପାଠ କରିଥିଲେ ।