spot_img

Latest Posts

ଦେଶରେ ୨୪ ଘଣ୍ଟାରେ ୫୭ ହଜାର ୧୧୭ ଆକ୍ରାନ୍ତ ଚିହନ୍ଟ…. ୭୬୪ ଜଣଙ୍କ ମୃତ୍ୟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୫୭ ହଜାର ୧୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୭୬୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହିତ ମୋଟ ଆକ୍ରାନ୍ତ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ କେସ ରହିଛି ୫ଲକ୍ଷ ୬୫ ହଜାର ୧୦୩ । ଏପର୍ଯ୍ୟନ୍ତ ୧୦ଲକ୍ଷ ୯୪ ହଜାର ୩୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କରୋନା ନେଲାଣି ୩୬ ହଜାର ୫୧୧ଜଣଙ୍କ ମୁଣ୍ଡ ।

ପ୍ରତ୍ୟେକ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି | କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ଅଧିକ ପ୍ରଭାବିତ ହୋଇଛି । ତେବେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ରହିଛି ।

ଏବେ ଦେଶରେ ୫ଲକ୍ଷ ୬୫ ହଜାର ୧୦୩  କରୋନା ସକ୍ରିୟ ମାମଲା ରହିଛି । ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ ୯୩ ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଦିଲ୍ଲୀ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଦେଶର ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କରୋନା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ଶୀର୍ଷରେ ରହିଛି। ଏଠାରେ ସଂକ୍ରମଣ ମାମଲା ୫୦ ଲକ୍ଷ ଆଡକୁ ଗତି କରୁଛି । ଆମେରିକାରେ ଏକ ଲକ୍ଷ ୫୬ ହଜାରରୁ ଅଧିକ ଲୋକେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ସର୍ବାଧିକ ୭୦ ହଜାର ନୂତନ ମାମଲା ଆସିଥିବାବେଳେ ୧,୪୬୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ, କରୋନା ବ୍ରାଜିଲରେ ମଧ୍ୟ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ବ୍ରାଜିଲରେ ୧୧୯୧ ଜଣଙ୍କର ମୃତ୍ୟୁ ହୋଇଛି ।

Latest Posts

Don't Miss