ସଂରକ୍ଷିତ ହୋଇ ରହିବ ଏଥରର ନିଆରା ରଥଯାତ୍ରାର ତିନି ରଥ, ଶାସ୍ତ୍ରୀୟ ବିଚାର ବିମର୍ଷ ପାଇଁ କହିଲେ ଶଙ୍କରାଚାର୍ଯ୍ୟ…..

1 min read

ପୁରୀରେ ଏବର୍ଷ ତିନିରଥକୁ ସରଂକ୍ଷିତ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଛି | ୨୦୨୦ ମସିହା ଐତିହାସିକ ରଥଯାତ୍ରାର ସ୍ମୃତି ସ୍ଵରୂପ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ତିନିରଥକୁ ସଂରକ୍ଷିତ ରଖାଯିବ | ଭକ୍ତ ଓ ପର୍ଯ୍ୟଟକ ଏହା ଦେଖି ପାରିବେ । ଆସନ୍ତାକାଲିଠାରୁ ରଥ ଖୋଲାଯିବ ଏବଂ ପୁଣି ଫିଟିଂ ପାଇଁ ଵୈଷୟିକ କମିଟି ଗଠନ କରାଯାଇଛି | ତେବେ ଏନେଇ ଶାସ୍ତ୍ରୀୟ ବିଚାରବିମର୍ଶ ଆବଶ୍ୟକ ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି | ୨୦୨୦ ମସିହା ଐତିହାସିକ ରଥଯାତ୍ରାର ସ୍ମୃତି ରକ୍ଷା କରିବେ ତିନିରଥ  । ଶ୍ରୀଜଗନ୍ନାଥବଲ୍ଲଭ ମଠ ପରିସରରେ ତିନିରଥକୁ ସଂରକ୍ଷଣ କରାଯିବ । ବର୍ଷ ତମାମ ରଥକୁ ଭକ୍ତ ଓ ପର୍ଯ୍ୟଟକ ଦେଖିପାରିବେ  । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ମୁତାବକ ତିନିରଥକୁ ଖୋଲାଯାଇ ପୁନର୍ବାର ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଖଞ୍ଜାଯିବ | ଏଥିପାଇଁ ଏକ ଵୈଷୟିକ କମିଟି ଗଠନ ହୋଇଛି  ।

କମିଟିରେ ଶ୍ରୀମନ୍ଦିର ଵୈଷୟିକ କମିଟି ସଦସ୍ୟଙ୍କ ସମେତ, ପୂର୍ତ୍ତ ବିଭାଗ ଅଧିକାରୀ, ଓବିସିସି ସଦସ୍ୟ, ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦ୍ଦାର ତଥା ଶ୍ରୀମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ସଦସ୍ୟ ଅଛନ୍ତି | ବିଗତ ଦିନରେ ରଥର ଚକ, ପ୍ରଭା, କୋଣଗୁଜ ଓ ବେଦୀ ସିଂହାସନକୁ ସଂରକ୍ଷିତ ରଖାଯାଉଥିଲା । ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ଵିଧି ଅନୁସାରେ କରାଯାଉଥିବାରୁ ଵିଧି ଅନୁସାରେ ରଥ ଖୋଲାଯିବ |

ମାଷ୍ଟର ପ୍ଲାନ ଅନୁସାରେ ରଥର ପ୍ରମୁଖ ଅଂଶକୁ ନେଇ ପୁନଃ ଆବଶ୍ୟକତା ଅନୁସାରେ ଅନ୍ୟ ଅଂଶ- ଘୋଡା, ସାରଥି ଓ ପାର୍ଶ୍ୱ ଦେବଦେବୀ ଆଦି ଅଂଶ ପୁନଃ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି | ଶାଳ,ପିଆଶାଳ ଆଦି କାଠ ବ୍ୟବହାର କରାଯାଇ ଦୀର୍ଘ ସମୟ ପାଇଁ ରଥକୁ ସଂରକ୍ଷିତ ରଖିବା ପାଇଁ ଯୋଜନା କରାଯାଇଥିବା ବେଳେ ଶାସ୍ତ୍ରୀୟ ଵିଧି ବିଧାନ ଅନୁସାରେ କାମ କରିବାକୁ ପୁରୀ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି

Leave a Reply