ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଣ୍ଟରକୁ ଛୁଇଁନି କରୋନା, କାହିଁକି ପ୍ରବାସୀଙ୍କଠୁ ଶୁଣନ୍ତୁ

ଜଗତସିଂହପୁର: ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି ୨୯୨ ପ୍ରବାସୀ । ଏହି ସବୁ ପ୍ରବାସୀ ଆସିଛନ୍ତି ଦେଶର ବିଭିନ୍ନ ହଟସ୍ପଟରୁ । ତାମିଲନାଡୁ, ବମ୍ବେ, ନୂଆଦିଲ୍ଲୀ, ସୁରଟରୁ ଆସି ରହିଛନ୍ତି  ପ୍ରବାସୀ। କିନ୍ତୁ ଆପଣ ଗୋଟେ କଥା ଶୁଣି ଆଶ୍ଚର୍ଯ୍ୟ ହେବେ, କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ୨୯୨ ପ୍ରବାସୀଙ୍କ ମଧ୍ୟରୁ ଗୋଟିଏ ବି ପଜିଟିଭ କେସ ବାହାରି ନାହିଁ । ଯେତେବେଳେ କି ରାଜ୍ୟ ମଧ୍ୟରେ ରହିଥିବା ଅନ୍ୟ ସବୁ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଛନ୍ତି ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ।

ଉକ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ଆଉ ଏକ  ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳିଛି । ଯେଉଁ ମାନଙ୍କର କରୋନା ସଂକ୍ରମଣ ଲକ୍ଷଣ ରହିଥିଲା ସେମାନେ ମଧ୍ୟ କରୋନା ନେଗେଟିଭ ଆସିଛନ୍ତି । ଏହା କେବଳ ହୋଇଛି ଦେଶୀ ଚିକିତ୍ସା ପାଇଁ । ଏବେ ୧୯୬ ଜଣ ପ୍ରବାସୀ ସେମାନଙ୍କର ଘରକୁ ଫେରିଛନ୍ତି ।

ଜଗତସିଂହପୁର ଜିଲ୍ଲାର କୋଲଟା ପ୍ରାଥମିକ ବିଦ୍ୟାଳୟରେ ଥିବା ଟିଏମ୍‌ସିରୁ କ’ଣ ପାଇଁ ଜଣେ ମଧ୍ୟ କରୋନା ପଜିଟିଭ୍ କେସ୍ ବାହାରି ନାହିଁ ?  କୁହାଯାଉଛି ଯେ, ଏଠାରେ ଦିଆଯାଉଥିବା ଚା’ରେ ଲୁଚିଛି କରୋନା ଦମନର ରହସ୍ୟ । ଏହି ସେଣ୍ଟରରେ ଦିନ ଆରମ୍ଭ ହୁଏ କଡ଼କ ଚାରୁ । ଦିନକୁ ଦୁଇଥର ଏଭଳି କଡ଼କ ଚା ପିଇବାକୁ ଦିଆଯାଏ । କଡ଼କ ଚାରେ ହୁଏ ଦେଶୀ ଚିକିତ୍ସା । ଗୋଲମରିଚ, ଅଦା, ତେଜପତ୍ର, ସୁଣ୍ଠି, ଡାଲଚିନି ଓ ଚିନି ଲୁଣ ମିଶା ଦିଆଯାଇଥାଏ ପିଇବାକୁ ।

ସକାଳେ ଏବଂ ସନ୍ଧ୍ୟା ସମୟରେ ଥରେ ଲେଖାଏଁ କଡ଼କ ଚା ପିଇବାକୁ ଦିଆଯାଇଥାଏ । ଏ ହେଉଛି ରାଜ୍ୟର ପ୍ରଥମ କ୍ୱାରେଣ୍ଟାଇନ ସେଣ୍ଟାର ଯେଉଁଠାରୁ କରୋନା ସଂକ୍ରମଣ ବାହାରି ନାହାନ୍ତି । ଓଡ଼ିଶାରେ କେବଳ କୋଲଟା ଟିଏମସିରେ ଏହି ଚା ଦିଆଯାଇଥାଏ । ତେବେ ଏଠାରେ ରହୁଥିବା ପ୍ରବାସୀ କୁହନ୍ତି, ଆମକୁ ଯେଉଁ ଚା ପିଇବାକୁ ଦିଆଯାଉଛି ତାହା ମଧ୍ୟରେ କରୋନାକୁ ପ୍ରତିହତ କରିବା ପାଇଁ ଶକ୍ତି ରହିଛି । ଏମିତିକି ଯେଉଁମାନଙ୍କଠାରେ କରୋନା ସଂକ୍ରମଣ ଲକ୍ଷଣ ଥିଲା ସେମାନେ ଏଠି ରହିବା ପରେ ରିପୋର୍ଟ ନେଗେଟିଭ୍ ଆସିଛି ।

ରାଜ୍ୟ ସରକାରଙ୍କ ନିର୍ଦେଶ ରେ ଏଠାରେ ପ୍ରବାସୀ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ସହ କୋଭିଡ ହସ୍ପିଟାଲ ଭଳି ଚିକିତ୍ସା ପ୍ରଦାନ କରାଯାଉଥିବାରୁ ଶହ ଶହ ପ୍ରବାସୀ ରାଜ୍ୟ ସରକାର ଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି । ସେପଟେ  ପ୍ରବାସୀ ମାନଙ୍କ ନିକଟରେ ନନ୍ଦିଘୋଷ ଟିଭି ପହଞ୍ଚି ସେମାନଙ୍କ ବାସ୍ତବ ଚିତ୍ର ଦେଖାଇଥିବାରୁ ପ୍ରବାସୀ ମାନେ ନନ୍ଦିଘୋଷ ଟିଭି କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

(ଜଗତସିଂହପୁରରୁ ଦୀପ୍ତି ମହାନ୍ତି)

Leave a Reply