କରୋନା କବଳରେ ଶିବରାଜ,ଟ୍ୱିଟ୍ କରି ଦେଲେ ସୂଚନା
1 min readମୂମ୍ବାଇ: କରୋନା କବଳରୁ କେହି ବି ବାଦ ପଡ଼ୁ ନାହାନ୍ତି । ଦେଶରେ ପୁଣି ଜଣେ ନେତାଙ୍କୁ କରୋନା । ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍ରାଜ ସିଂହ ଚୌହାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
मेरे प्रिय प्रदेशवासियों, मुझे #COVID19 के लक्षण आ रहे थे, टेस्ट के बाद मेरी रिपोर्ट पॉज़िटिव आई है। मेरी सभी साथियों से अपील है कि जो भी मेरे संपर्क में आए हैं, वह अपना कोरोना टेस्ट करवा लें। मेरे निकट संपर्क वाले लोग क्वारन्टीन में चले जाएँ।
— Shivraj Singh Chouhan (मोदी का परिवार ) (@ChouhanShivraj) July 25, 2020
ସେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, କିଛି ଦିନ ହେବ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେଇଥିଲା । ତେଣୁ ସେ କରୋନା ଟେଷ୍ଟ କରାଇଥିଲେ । ତେବେ ଟେଷ୍ଟ ପରେ ସେ ପଜିଟିଭ୍ ଥିବା ଜଣାପଡ଼ିଛି । ଯେଉଁମାନେ ତାଙ୍କ ସହ ସମ୍ପର୍କରେ ଥିଲେ ସେମାନଙ୍କୁ ତୁରନ୍ତ କରୋନା ଟେଷ୍ଟ କରେଇବା ପାଇଁ ସେ ଅନୁରୋଧ କରିଛନ୍ତି । ଆଉ ନିଜ ନିଜକୁ କ୍ୱାରେଣ୍ଟାଇନ୍ରେ ରଖିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ କରୋନା ଗାଇଡ୍ଲାଇନ୍ ମାନିବାକୁ ସେ କହିଛନ୍ତି ।
मैं #COVID19 की सभी गाइडलाइन्स का पालन कर रहा हूँ। डॉक्टर की सलाह के अनुसार स्वयं को क्वारन्टीन करूंगा। मेरी प्रदेश की जनता से अपील है कि सावधानी रखें, जरा सी असावधानी कोरोना को निमंत्रण देती है । मैंने कोरोना से बचने के हर संभव प्रयास किए लेकिन अनेक विषयों को लेकर लोग मिलते थे।
— Shivraj Singh Chouhan (मोदी का परिवार ) (@ChouhanShivraj) July 25, 2020
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନ ସେ କରୋନା ସ୍ଥିତି ସମୀକ୍ଷା ପାଇଁ ବୈଠକ କରୁଥିଲେ । ହେଲେ ଆଗାମୀ ଦିନରେ ସେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକ ଓ ଆଲୋଚନା କରିବେ ବୋଲି ଯୋଜନା କରୁଛନ୍ତି ।
ଟ୍ୱିଟରେ ସେ ଲେଖିଛନ୍ତି ଯେ, ମୁଁ କୋଭିଡ୍ -୧୯ର ସବୁ ଗାଇଡ୍ ଲାଇନ୍ ପାଳନ କରୁଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜକୁ କ୍ୱାରେଣ୍ଟାଇନ୍ କରିବି । ମଧ୍ୟପ୍ରଦେଶର ଜନତାଙ୍କୁ ଅପିଲ ଯେ,ସେମାନେ ସାବଧାନତା ଅବଲମ୍ବନ କରନ୍ତୁ । ଟିକିଏ ଅସାବଧନତା କରୋନାକୁ ଆମନ୍ତ୍ରଣ କରେ । ମୁଁ କରୋନାରୁ ନିଜକୁ ରକ୍ଷା କରିବା ପାଇଁ ସବୁକିଛି କରିଥିଲେ । କିନ୍ତୁ ଅନେକ ଅନେକ ବିଶୟକୁ ନେଇ ଲୋକ ମୋତେ ସାକ୍ଷାତ କରିବାକୁ ଆସୁଥିଲେ ।