ରାଉରକେଲା: ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ହେରଫେର ଅଭିଯୋଗ. ଏପରିକି  ହିତାଧିକାରୀଙ୍କ 3 ମାସର ସାମଗ୍ରୀ ହଡପ କରିବା ସହ ଟଙ୍କା ମଧ୍ୟ ଲୁଟିନେଇଥିବା ଅଭିଯୋଗ ହୋଇଛି. ଠକେଇର ଶିକାର ହୋଇଥିବା ବ୍ୟକ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ତଦନ୍ତ ।

 

ସେପଟେ ସହରରେ 3 ହଜାରରୁ ଅଧିକ ଜାଲ ରାସନ କାର୍ଡ ଥିବା ମଧ୍ୟ ଅଭିଯୋଗ ହୋଇଛି । ଛେଣ୍ଡ କଲୋନୀର ମୀନତି ଦାସଙ୍କ ନିକଟରେ କାର୍ଡ ଅଛି ହେଲେ ସାମଗ୍ରୀ ଉଠାଇଛନ୍ତି ଆଉଜଣେ. ଏନେଇ ମୀନତିଙ୍କ ସ୍ବାମୀ ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି. ଏପରିକି ତାଙ୍କ ପାଖରେ କାର୍ଡ ଥାଇ କିଏ ତାଙ୍କର ରାସନ ଉଠାଇଲା ତାର ତଦନ୍ତ ଦାବି କରିଛନ୍ତି ।

 

କେବଳ ସେତିକି ନୁହେଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧ ହଜାର ଟଙ୍କା ବି କେହି ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅନ୍ୟକେହି ସାମଗ୍ରୀ ଉଠାଇଥିବାକୁ ସ୍ୱୀକାର କରିଛନ୍ତି ଡିଲରଙ୍କ ସ୍ୱାମୀ । ସେ କହିଛନ୍ତି ଭୂଲ ବଶତଃ ଏପରି ହୋଇଛି, ତେବେ ମୀନତିଙ୍କୁ ତାଙ୍କର ବକେୟା ୩ ମାସର ରାସନ ଯୋଗାଇଦିଆଯିବ । ସେପଟେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଯୋଗାଣ ଅଧିକାରୀ । ଘଟଣାର ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

 

Leave a Reply