କରୋନା ସଂକ୍ରମଣ ପରେ ସୁସ୍ଥ ହୋଇ ଫେରିଲେ ୮୫ ବର୍ଷୀୟ କ୍ୟାନସର୍ ପିଡ଼ୀତ ଓ ତାଙ୍କ ପତ୍ନୀ…
1 min readକେନ୍ଦ୍ରାପଡା: ବୃଦ୍ଧ ଜଣଙ୍କୁ ବୟସ ୮୫ । ସେ ପୁଣି କ୍ୟାନସରରେ ପୀଡିତ । ଏସବୁ ବାଦ ମଧ୍ୟ କରୋନା ସଂକ୍ରମଣ ଶୀକାର ହୋଇ ଯୋଦ୍ଧା ଭାବେ ସଂକ୍ରମଣ ସହ ଲଢି ଘରକୁ ଫେରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ସୁରେନ୍ଦ୍ର ପତି । ତେବେ କେବଳ ସେ ନୁହେଁ ତାଙ୍କ ପତ୍ନୀ ସାବିତ୍ରୀ ପତି ମଧ୍ୟ ୭୮ ବର୍ଷ ବୟସରେ କରୋନା ସଂକ୍ରମିତ ହୋଇ ଏବେ ସୁସ୍ଥ ହୋଇଛନ୍ତି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଥିବା ବେଳେ କରୋନା ବେଳେ ଲୋକଙ୍କୁ ଅଧିକ ଶକ୍ତ ଭାବେ କରୋନା ମୁକାବିଲା କରିବାରେ ଏହି ଦମ୍ପତି ପ୍ରେରଣା ବୋଲି ସେ ଟ୍ୱିଇଟରେ ଲେଖିଛନ୍ତି ।
Congratulations to Mr Surendra Pati (85) & Mrs Sabitri Pati (78) from Kendrapada district on successfully winning the battle against #COVID19. You are inspiration for many to stay strong during these difficult times. #OdishaFightsCorona https://t.co/B3fuBf6vMC
— CMO Odisha (@CMO_Odisha) July 18, 2020
ଅନ୍ୟପକ୍ଷରେ ଦୁହେଁ ସୁସ୍ଥ ହେବା ନେଇ ଖବରକୁ ପ୍ରକାଶ କରି କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା । ଅଫିସିଆଲ୍ ଟ୍ୱିଇଟରେ ସେ ଲେଖିଛନ୍ତି ଯେ, କରୋନାକୁ ପରାଜିତ କରିବା ଦିଗରେ ଦୁହେଁ ପ୍ରେରଣା, ଆମ ଶୁଭେଚ୍ଛା ସେମାନଙ୍କ ସହ ଅଛି । ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକ ଭୟଭୀତ ହୋଇ ପଡୁଥିବା ବେଳେ େହି ଦମ୍ପତି ଅନ୍ୟମାନଙ୍କ ପ୍ରେରଣା ବୋଲି ସବୁ ବର୍ଗରେ ଆଲୋଚନା ହେଉଛି ।
ସୂଚନା ଅନୁଯାୟୀ, ଜୁନ ୮ ତାରିଖରେ ସୁରେନ୍ଦ୍ର ପତି ଆଚାର୍ଯ୍ୟ ହରିହର କ୍ୟାନସର୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କ ପତ୍ନୀ ଡାକ୍ତରଖାନାରେ ତାଙ୍କ ସହଯୋଗୀ ଭାବେ ରହୁଥିଲେ । ପରେ ଜୁନ ୨୯ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଥିଲା ।
Sh Surendra Pati, aged 85 years and suffering from cancer, and his wife Smt Sabitri pati, aged 78, both have beaten Corona and have been discharged from COVID care, in kendrapara. Our best wishes to them. They inspire many to beat the disease. pic.twitter.com/B1E4WfXI8g
— Collector and District Magistrate Kendrapara?? (@dmkendrapara) July 17, 2020
ଏହାପରେ ତାଙ୍କୁ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ମାତ୍ର ୧୦ ଦିନର ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇ ଫେରିଛନ୍ତି । ବୟସର ଅପରାହ୍ଣରେ କରୋନାକୁ ପରାଜିତ କରିଥିବା ଏହି ଦମ୍ପତିଙ୍କ ଚର୍ଚ୍ଚା ଏବେ କେନ୍ଦ୍ରାପଡାରେ ବେଶ ହେଉଛି । ଜିଲ୍ଲାପାଳ ଟ୍ୱିଇଟ୍ ଯୋଗେ ଏଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।