ରାଜ୍ୟରେ ୨୫ ଜିଲ୍ଲାରୁ ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୧୮୨ ଆକ୍ରାନ୍ତ
1 min readଭୁବନେଶ୍ୱର: ୨୪ ଘଣ୍ଟାରେ ୨୫ଜିଲ୍ଲାରୁ ଆଉ ୫୯୧କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୯୪ ସଂକ୍ରମିତ ଓ ଲୋକାଲ୍ କେସ୍ ୧୯୭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୬୭୦୧କୁ ବୃଦ୍ଧି ହୋଇଛି । ଆଜି ରାଜ୍ୟରେ କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୨, ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୬କୁ ବୃଦ୍ଧି ହୋଇଛି ।
Covid-19 Report For 17th July
New Positive Cases: 591
In Quarantine: 394
Local Contacts: 197(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 13
3. Baragarh: 35
4. Bhadrak: 3
5. Bolangir: 9
6. Boudh: 5— I & PR Department, Odisha (@IPR_Odisha) July 18, 2020
କରୋନା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଖୋର୍ଦ୍ଧାରୁ ୧୨୧ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୩୮, ବରଗଡ଼ରୁ ୩୫, ଜଗତସିଂହପୁରରୁ ୨୨, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୨୨ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୨୦, ଯାଜପୁରରୁ ୧୯, ସୁନ୍ଦରଗଡ଼ରୁ ୧୮, ବାଲେଶ୍ୱରରୁ ୧୩, ନୟାଗଡ଼ରୁ ୧୧, ବଲାଙ୍ଗିର, ଢେଙ୍କାନାଳରୁ ୯ଜଣ ଲେଖାଏଁ କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୮ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
23. Rayagada: 1
24. Sambalpur: 20
25. Sundargarh: 18New Recoveries: 453
Cumulative Tested: 377893
Positive: 16701
Recovered: 11330
Active Cases: 5259— I & PR Department, Odisha (@IPR_Odisha) July 18, 2020
କେନ୍ଦୁଝର ଓ ପୁରୀରୁ ୬, ବୌଦ୍ଧ ଓ ଝାରସୁଗୁଡ଼ାରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୪, ଭଦ୍ରକ, ଦେଓଗଡ଼ରୁ ୩ଜଣ ଲେଖାଏଁ , ଅନୁଗୁଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏବେ ୫୨୫୯ ଆକ୍ଟିଭ କେସ୍ ରହିଛି । ଅନ୍ୟପକ୍ଷରେ ଆରୋଗ୍ୟ ସଂଖ୍ୟା ୧୧୩୩୦ ରହିଥିବାବେଳେ ମୋଟ୍ ପଜିଟିଭ୍ ସଂଖ୍ୟା ୧୬୭୦୧ରହିଛି।