spot_img

Latest Posts

ଓଲିଙ୍କ ପରେ ନେପାଳର ବୈଦେଶିକ ମନ୍ତ୍ରୀଙ୍କ ପାଗଳାମୀ, କହିଲେ ଅଧିକ ଗବେଷଣା କଲେ ବଦଳିଯିବ ଇତିହାସ

କାଠମାଣ୍ଡୁ: ପ୍ରକୃତ ଅଯୋଧ୍ୟା ଏବଂ ନେପାଳୀ ରାମ ବିଷୟରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ  ଭାଷଣ ପରେ ପଡୋଶୀ ଦେଶର ବୈଦେଶିକ ମନ୍ତ୍ରୀ ଏବେ ଦୁଇ ପାଦ ଆଗକୁ ଯାଇଛନ୍ତି । ନେପାଳୀ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୱାୱାଲି ଦାବି କରିଛନ୍ତି ଯେ ରାମାୟଣ ଉପରେ ଗବେଷଣା ପରେ ଇତିହାସ ବଦଳିଯିବ । ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କେବଳ ବିଶ୍ୱାସ ଆଧାରରେ ସବୁକିଛି ବିଶ୍ୱାସ କରୁ ।

ଗ୍ୱାୱାଲି ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମକୁ କୁହାଯାଇଛି ଯେ ସୀତା ଜନକପୁରରେ ଏବଂ ରାମ ଅଯୋଧ୍ୟାରେ ଜନ୍ମ ହୋଇଥିଲେ, କିନ୍ତୁ ଯେଉଁ ଦିନ ଅଧ୍ୟୟନରୁ ନୂତନ ତଥ୍ୟ ମିଳିବ, ରାମାୟଣର ଇତିହାସ ବଦଳିଯିବ। ଯେପରି ବୁଦ୍ଧଙ୍କ ବିଷୟରେ ଲିଖିତ ଇତିହାସ ରହିଛି, ସେହିପରି ରାମାୟଣର କୌଣସି ଲିଖିତ ଇତିହାସ ନାହିଁ ।

“ରାମାୟଣ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନକୁ ପୃଷ୍ଟି କରିବା ପାଇଁ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପ୍ରମାଣ ନାହିଁ” ବୋଲି ଗ୍ୱାୱାଲି କହିଛନ୍ତି । ରାମାୟଣରେ ଉଲ୍ଲେଖ କରାଯାଇଥିବା ସ୍ଥାନଗୁଡିକ ବିଷୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ଏହାର ସାଂସ୍କୃତିକ ଭୌଗୋଳିକ ସ୍ଥିତି ଚୂଡାନ୍ତ ହେବାକୁ ବାକି ରହିଛି ।

କଣ କହିଥିଲେ ଓଲି ?

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସୋମବାର ଦାବି କରିଥିଲେ ଯେ ‘ପ୍ରକୃତ’ ଅଯୋଧ୍ୟା ନେପାଳରେ ଅଛି  ଭାରତରେ ନୁହେଁ । ସେ କହିଛନ୍ତି ଯେ ପ୍ରଭୁ ରାମ ଦକ୍ଷିଣ ନେପାଳର ଥୋରିରେ ଜନ୍ମଗ୍ରହଣ କରିଥିଲେ। କାଠମାଣ୍ଡୁରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେପାଳୀ କବି ଭାନୁଭାକାଙ୍କ ଜନ୍ମ ବାର୍ଷିକୀ ଅବସରରେ ଓଲି କହିଛନ୍ତି ଯେ, ନେପାଳ ସାଂସ୍କୃତିକ ଅତିକ୍ରମଣର ଶିକାର ହୋଇଛି ଏବଂ ଏହାର ଇତିହାସକୁ ବଦଳାଇ ଦିଆଯାଇଛି।

ଭାନୁଭାକା ୧୮୧୪ ମସିହାରେ ପଶ୍ଚିମ ନେପାଳର ତାନହୁରେ ଜନ୍ମଗ୍ରହଣ କରିଥିଲେ ଏବଂ ବାଲ୍ମିକି ରାମାୟଣକୁ ନେପାଳୀରେ ଅନୁବାଦ କରିଥିଲେ। ଓଲି କହିଛନ୍ତି, ଯଦିଓ ପ୍ରକୃତ ଅଯୋଧ୍ୟା ବିରଗଞ୍ଜର ପଶ୍ଚିମ ଥୋରିରେ ଅବସ୍ଥିତ, ତଥାପି ଭାରତ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଦାବି କରୁଛି । ସେହି ସମୟରେ ଏତେ ଦୂରରେ ରହୁଥିବା ବର ଓ କନ୍ୟାର ବିବାହ ସମ୍ଭବ ନଥିଲା । ସେତେବେଳେ ପରିବହନର କୌଣସି ମାଧ୍ୟମ ନଥିଲା  ।

ସେ କହିଛନ୍ତି ଯେ, ବୀରଗଞ୍ଜ ପାଖରେ ଅବସ୍ଥିତଲ ଥୋରୀ ହେଉଛି ବାସ୍ତବିକରେ ଅଯୋଧ୍ୟା ଯେଉଁଠି ଶ୍ରୀ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ଭାରତରେ ଅଯୋଧ୍ୟା ଉପରେ ବଡ଼ ବିବାଦ ଚାଲିଛି । କିନ୍ତୁ ନେପାଳରେ ଏହାକୁ ନେଇ କୌଣସି ବିବାଦ ନାହିଁ ବୋଲି ଓଲି କହିଛନ୍ତି ।

Latest Posts

Don't Miss