ଶତାଦ୍ଧୀର ପ୍ରଥମ ଧୂମକେତୁ ଦେଖିଲା ବିଶ୍ୱ: ୨୩ ବର୍ଷ ପରେ ମିଳିଲା ସୁଯୋଗ
1 min readଭୁବନେଶ୍ୱର: ଶତାବ୍ଦୀର ପ୍ରଥମ ଧୂମକେତୁ ଦେଖିଲା ବିଶ୍ୱ । ସି- ଟ୍ୱେଣ୍ଟି- ଟ୍ୱେଣ୍ଟି ଏଫ୍-୩ ଧୂମକେତୁକୁ ଖାଲି ଆଖିରେ ଦେଖିବାର ସୁଯୋଗ ମିଳିଛି । ୨୩ ବର୍ଷ ପରେ ବିଶ୍ୱବାସୀ ଦେଖିଛନ୍ତି ଏହି ବିରଳ ଦୃଶ୍ୟ । ଆଜି ସନ୍ଧ୍ୟାରେ ଅଧଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥିଲା ଧୂମକେତୁ ।
ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଦୃଶ୍ୟମାନ ହେଲା ଶତାବ୍ଦୀର ପ୍ରଥମ ଧୂମକେତୁ । ଖାଲି ଆଖିରେ ଦେଖିହେଲା ଧୂମକେତୁ । ୨୩ ବର୍ଷ ପରେ ବିରଳ ଦୃଶ୍ୟ ଦେଖିଲେ ବିଶ୍ୱବାସୀ ।
ଦୂରବୀକ୍ଷଣ ଯନ୍ତ୍ର ସମେତ ଖାଲି ଆଖିରେ ଦେଖିହେଉଛି ସି ଟ୍ୱେଣ୍ଟି ଟ୍ୱେଣ୍ଟି ଏଫ୍-୩ ଧୂମକେତୁ । ଉତ୍ତର- ପଶ୍ଚିମ ଦିଗରେ ଆକାଶ ମେଘ ଓ ଧୂଳିମୁକ୍ତ ଥିଲେ ଧୂମକେତୁଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।
ସନ୍ଧ୍ୟାରେ ପ୍ରାୟ ଅଧଘଣ୍ଟା ଖାଲି ଆଖିରେ ଦେଖିହେବ ଧୂମକେତୁ । ଚଳିତ ଶତାବ୍ଦୀରେ ଖାଲି ଆଖିରେ ଦେଖାଯାଉଥିବା ଏହା ପ୍ରଥମ ଧୂମକେତୁ । ଚଳିତବର୍ଷ ଆରମ୍ଭରେ ପାଖକୁ ଆସିଥିବା ୨ଟି ଧୂମକେତୁ ଆଟ୍ଲାସ ଓ ସ୍ୱାନ୍ ଖାଲି ଆଖିରେ ଦେଖାଯାଇନଥିଲା ।
କିନ୍ତୁ ସି ଟ୍ୱେଣ୍ଟି ଟ୍ୱେଣ୍ଟି ଏଫ୍-୩ ଧୂମକେତୁ ଖାଲି ଆଖିରେ ଦେଖି ହେଉଛି । ଧୂମକେତୁଟି ଜୁଲାଇ ୩ ତାରିଖରେ ସୂର୍ଯ୍ୟଠାରୁ ସବୁଠାରୁ ନିକଟ ୪.୪ କୋଟି କିଲୋମିଟରକୁ ଆସିଥିଲା । ଜୁଲାଇ ୨୨ ତାରିଖରେ ୧୦. ୩ କୋଟି କିଲୋମିଟର ଦୂରରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ ।
ଏହା ସୂର୍ଯ୍ୟଠାରୁ ଦୁରେଇ ଯାଉଥିବାରୁ ୧୦ ତାରିଖ ପରଠାରୁ ଏହାର ଉଜ୍ବଳତା ଧୀରେଧୀରେ କମିଯିବ । ୧୯୯୭ରେ ଶେଷ ଥର ପାଇଁ ହେଲ୍ ବଫ୍ ନାମକ ଧୂମକେତୁ ଖାଲି ଆଖିରେ ଦେଖାଯାଇଥିଲା । ବିଶ୍ବବାସୀ ୨୩ ବର୍ଷ ପରେ ପୁଣି ଥରେ ଏହି ବିରଳ ଦୃଶ୍ୟ ଦେଖିବାକୁ ସୁଯୋଗ ପାଇଛନ୍ତି ।