spot_img

Latest Posts

ଅନୁପମ ଖେରଙ୍କ ପରିବାରରେ କରୋନା, ମାଆ ଭାଇ ସମେତ ୪ ଜଣଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ବିଗ ବି ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ଏବେ ଅଭିନେତା ଅନୁପମ ଖେରଙ୍କ ମା’ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ମା’ଙ୍କ ସମେତ ତାଙ୍କ ଭାଇ, ଭାଉଜ ଏବଂ ଝିଆରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ କରି ଜଣାଇଛନ୍ତି ଅଭିନେତା ଅନୁପମ ଖେର ।

ସମସ୍ତଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ସମସ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଥିବା କଥା ପ୍ରକାଶ କରିଛନ୍ତି ଅନୁପମ ଖେର । କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ସମସ୍ତଙ୍କୁ ଏବେ ଚିକିତ୍ସା ପାଇଁ କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅନୁପମ ଖେରଙ୍କ ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସେ ସୂଚନା ଦେଇଛନ୍ତି ।

ଜୁଲାଇ ୧୧ ରେ, ଅର୍ଥାତ୍ ଶନିବାର ବିଳମ୍ବିତ ରାତିରେ ବିଗ୍ ବି ଟ୍ୱିଟର ମାଧ୍ୟମରେ ତାଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ଅମିତାଭ ବଚ୍ଚନ ଏକ ଟୁଇଟରେ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଏହା ପରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି। ମୋର ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ମଧ୍ୟ କରୋନା ପରୀକ୍ଷା କରିଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି ।

Latest Posts

Don't Miss