spot_img

Latest Posts

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସମସ୍ତ ମୃତକ ଗୋଟିଏ ଜିଲ୍ଲାର..

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମଳିଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଏହି ୩ ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି ।  ଗଞ୍ଜାମ ଜିଲ୍ଲାରୁ ହିଁ ରାଜ୍ୟରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚିହ୍ନଟ କରାଯାଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଥିବା ବେଳେ କେବଳ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩୯ ରହିଛି ।

corona virus

ଅନ୍ୟପଟେ ରାଜ୍ୟରେ ରବିବାର ଆଉ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୧୧, ବରଗଡ଼ ୩, ଭଦ୍ରକ ୧୧, ବଲାଙ୍ଗିରରୁ ଜଣେ, କଟକରୁ ୧୧, ଗଜପତି ୨୦, ଗଞ୍ଜାମରୁ ପୁଣି ୨୩୦, ଜଗତସିଂହପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାର ଦୁଇ, କେନ୍ଦୁଝରର ୩, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରି ୩୬, ମୟୁରଭଞ୍ଜ ୧୪, ନୟାଗଡ଼ରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡ଼ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ପୁଣି ୩୮୮ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି । ଏହି ୩୮୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଞ୍ଚିଛି । ୩ ଲକ୍ଷ ୩୪ ହଜାର ୫୨୭ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ଏବେ ରାଜ୍ୟରେ ୪୬୭୭ଟି ମାମଲା ସକ୍ରିୟ ରହିଛି ।

Latest Posts

Don't Miss