ବିକାଶଙ୍କ ଗୁଳିରେ ଦୁଇ ପୋଲିସ୍ କର୍ମଚାରୀ ଆହତ, ବାଧ୍ୟ ହୋଇ ଏନକାଉଣ୍ଟର କରିଥିଲା ପୋଲିସ୍
1 min readଉତ୍ତରପ୍ରଦେଶ: ଶୁକ୍ରବାର ସକାଳେ କୁଖ୍ୟାତ ଅପରାଧି ବିକାଶ ଦୁବେର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ସ୍ପେଶାଲ ଟାକ୍ସ ଫୋର୍ସ ଟିମ୍ ଦୁବେକୁ ଉଜୈନରୁ କାନପୁର ଅଭିମୁଖେ ନେଇଥିଲେ । ବାଟରେ ହିଁ ବିକାଶର ଏନକାଉଣ୍ଟର ହୋଇଥିଲା । ତେବେ ରାଜନୀତିକ ଦଳ ଓ ସାଧାରଣ ଲୋକେ ଉତ୍ତରପ୍ରଦେଶ ପୋଲିସ ଜାଣି ଶୁଣି ବିକାଶଙ୍କୁ ହତ୍ୟା କରି ଏନକାଉଣ୍ଟର ନାଁ ଦେଉଛନ୍ତି ବୋଲି ଅଭିଯୋଗ କରିବା ପରେ ସ୍ପେଶାଲ୍ ଟାକ୍ସ ଫୋର୍ସ ଏନେଇ ସ୍ପଷ୍ଟୀକରଣ ଦେଇଛି । କହିଛି ଯେ, ଗୋରୁ ପଲ ହଠାତ୍ ରାସ୍ତା ଉପରକୁ ଆସିବା ହେତୁ ଡ୍ରାଇଭର ଭାରସାମ୍ୟ ରକ୍ଷା କରିପାରିନଥିଲା । ଏହାପରେ ଭ୍ୟାନ ଦୃଘଟଣା ଗ୍ରସ୍ତ ହୋଇଥିଲା । ପରେ ଆରକ୍ଷୀ ଅଧିକାରୀ ରମାକାନ୍ତ ଚୌଧୁରୀ, ଉପ-ଆରକ୍ଷୀ ଅଧିକାରୀ ପଙ୍କଜ ସିଂ, ଅନୁପ ସିଂ ଓ କନଷ୍ଟେବଳ ସତ୍ୟବୀର ଓ ପ୍ରଦୀପ କୁମାରଙ୍କୁ ଭ୍ୟାନରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
STF issues press note in #VikasDubey encounter matter. "A herd of cattle had come in front of the vehicle due to which driver took sudden turn leading to accident…Police tried to go close to him to nab him alive but he continued to fire. Police retalitaed in self-defence…" pic.twitter.com/iOXaXv8vno
— ANI UP/Uttarakhand (@ANINewsUP) July 10, 2020
ଦୁର୍ଘଟଣାର ସୁଯୋଗ ନେଇ ବିକାଶ ଦୁବେ ରମାକାନ୍ତ ଚୌଧୁରୀଙ୍କ ଠାରୁ ପିସ୍ତଲ ଛଡାଇ ନେଇଥିଲା । ଏହାପରେ ଗାଡିରୁ ଓହ୍ଲାଇ ପଳାଇବାକୁ ଉଦ୍ୟମ କଲା । ଏହି ସମୟରେ ପଛରୁ ଆସୁଥିବା ଏସଟିଏଫର ଅନ୍ୟ ଏକ ଭ୍ୟାନରେ ଥିବା ଅଧିକାରୀମାନେ ବିକାଶକୁ ଦଉଡୁଥିବାର ଦେଖି ତା’ ପଛରେ ଦଉଡିଥିଲେ । ମାତ୍ର ତାକୁ ଧରିବା ସମ୍ଭବପର ହୋଇନଥିଲା ।
ଆତ୍ମସମର୍ପଣ ପାଇଁ ବାରମ୍ୱାର ଚେତାଇ ଦିଆଯାଇଥିଲେ ମଧ୍ୟ ସେ ଓଲଟା ଗୁଳି ଚଳାଇ ଆକ୍ରମଣ କରିଥିଲା । ବିକାଶର ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଅଧିକାରୀ ଆହତ ହୋଇଛନ୍ତି । ତେବେ ସ୍ପେଶାଲ ଟାକ୍ସ ଫୋର୍ସ ସଫେଇ ଦେଇ କହିଛି ଯେ ତାଙ୍କୁ ଜୀବିତ ଧରିବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରିଥିଲୁ । ସେହିଭଳି ତାଙ୍କୁ ଗୁଳି ବାଜିବା ପରେ ଆମେ ବିଳମ୍ୱ ନକରି ଯଥାଶୀଘ୍ର ଡାକ୍ତରଖାନାକୁ ମଧ୍ୟ ନେଇଛୁ ।