ଚୀନ୍ ପଠାଇଲା ଭୟଙ୍କର ଭାଇରସ୍ ! ଏହାକୁ କ୍ଲିକ୍ କରିବାମାତ୍ରେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍
1 min readନୂଆଦିଲ୍ଲୀ: ପୁଣି ଫେରିଲା ଏକ ଭୟଙ୍କର ଭାଇରସ୍ । ସାବଧାନ ରୁହନ୍ତୁ ନ ହେଲେ ଆପଣଙ୍କ ଫୋନରୁ ଚୋରୀ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ଡାଟା । ଆଜ୍ଞା ହଁ ଏକ ବିପଜ୍ଜନକ ଏବଂ ଶକ୍ତିଶାଳୀ ‘ଆଣ୍ଡ୍ରୋଏଡ୍ ମାଲୱେୟାର୍’ (android malware) ତିନି ବର୍ଷ ପରେ ପୁଣି ଫେରିଛି । ଏହି ମାଲୱେୟାର୍ ଉପଭୋକ୍ତାଙ୍କର ବ୍ୟାଙ୍କିଙ୍ଗ୍ ସବିଶେଷ ତଥ୍ୟ ଏବଂ ବ୍ୟକ୍ତିଗତ ସୂଚନା ଚୋରି କରିବାରେ ସକ୍ଷମ ହେଉଛି । ଫେକସ୍କି(fakesky) ନାମକ ମାଲୱେରକୁ ୨୦୧୭ ଅକ୍ଟୋବର ଟାର୍ଗେଟ କରାଯାଇଥିଲା । ସେହି ସମୟରେ ସେ ଜାପାନ ଏବଂ ଦକ୍ଷିଣ କୋରିଆର ଲୋକଙ୍କୁ ନିଜର ଟାର୍ଗେଟରେ ରଖୁଥିଲା । କିନ୍ତୁ ବର୍ତ୍ତମାନ ସାଇବରସନ୍ ନୋକ୍ଟର୍ନସର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଫେକସ୍କାଇ ସମଗ୍ର ବିଶ୍ୱର ଉପଭୋକ୍ତାଙ୍କୁ ଟାର୍ଗେଟ୍ କରୁଛି । ଏହି ମାଲୱେୟାର ଚୀନ୍, ତାଇୱାନ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, ବ୍ରିଟେନ, ଆମେରିକା ଏବଂ ଅନ୍ୟାନ୍ୟ ଦେଶ ଉପରେ ଆକ୍ରମଣ କରୁଛି ।
ଏଥର, ଏହି ମାଲୱେୟାର୍ ଉପଭୋକ୍ତାଙ୍କୁ ଡାକ ସେବା ଆପ୍ ଭାବରେ ଏକ ବାର୍ତ୍ତା ପଠାଇ ସେମାନଙ୍କୁ ବୋକା ବନାଉଛି । ଏଥର ମଧ୍ୟ, ଏହି ମାଲୱେୟାରର ନଜର ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରହିଛି । ରିପୋର୍ଟ ଅନୁଯାୟୀ, ଏହି ମାଲୱେୟାର ଉପଭୋକ୍ତାଙ୍କୁ Smishing କିମ୍ବା ଏସଏମଏସ-ଫିସିଙ୍ଗ ପଠାଇ ମାଧ୍ୟମରେ ଟାର୍ଗେଟ କରୁଛି । ଏହା ଉପଭୋକ୍ତାମାନଙ୍କୁ ଏକ SMS ପଠାଇଥାଏ ଯେଉଁଥିରେ ସେ ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥାଏ ।
ଏମିତି ଖାଲି କରିଦେଇଥାଏ ଆକାଉଣ୍ଟକୁ
ଥରେ ଏହି ଭାଇରସ୍ ଥିବା ଆପ୍ ଖୋଲିବା ମାତ୍ରେ ସେ ଉପଭୋକ୍ତାଙ୍କୁ ଦୁଇଟି ଅନୁମତି ମାଗେ । ପ୍ରଥମ ଅନୁମତିର ସାହାଯ୍ୟରେ, ସେ ଫୋନରେ ଆସୁଥିବା ମାସେଜଗୁଡ଼ିକୁ ପଢିଥାଏ ଏବଂ ଦ୍ୱିତୀୟ ସାହାଯ୍ୟରେ, ଲକ୍ ହୋଇଥିଲେ ମଧ୍ୟ ଫୋନ୍ ଲକ ହେବା ପରେ ବି ସେ ତା ଆପେ ଆପେ କାମ କରିବା ଜାରି ରଖିଥାଏ ।
ଥରେ ଅନୁମତି ମିଳିବା ପରେ, ସେମାନେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା ଯେପରିକି ଆପଣଙ୍କ ଫୋନ୍ ନମ୍ବର, ଡିଭାଇସ୍ ମଡେଲ୍, OS ଭର୍ସନ, ଟେଲିକମ୍ ସେବା ପ୍ରଦାନକାରୀ, ବ୍ୟାଙ୍କିଙ୍ଗ୍ ବିବରଣୀ, IMEI ନମ୍ବର ଏବଂ IMSI ନମ୍ବର ଚୋରୀ କରଦିଅନ୍ତି । ଅନୁସନ୍ଧାନରେ ଜଣାପଡ଼ିଛି ଯେ, ଏହା ପଛରେ ଏକ ଚାଇନିଜ୍ ହାକିଂ ଗୋଷ୍ଠୀ ରୋମିଙ୍ଗ ମଣ୍ଟିସ୍ କାର୍ଯ୍ୟ କରୁଛି ।
ଅନୁସନ୍ଧାନକାରୀମାନେ କହିଛନ୍ତି, ‘ଆମର ବିଶ୍ଳେଷଣରୁ ଜଣାପଡିଛି ଯେ ଫେକ୍ ସ୍ପାଏ ମାଲୱେୟାର ପଛରେ ଚାଇନିଜ୍ ସ୍ପିକିଂ ଗ୍ରୁପ୍ ଅଛି, ଯାହା ସାଧାରଣତ ରୋମିଂ ମେଣ୍ଟିସ୍ ଭାବରେ ଜଣାଯାଏ ।