ରାଜ୍ୟରେ ୧ଲକ୍ଷ ଟେଷ୍ଟିଂ ପୂରା କଲା ଆରଏମ୍ଆରସି: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: କୋଭିଡ ଟେଷ୍ଟିଂ ଦିଗରେ ମାଇଲ୍ ଖୁଣ୍ଟ ଛୁଇଁଲା ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (RMRC) ଭୁବନେଶ୍ୱର । ଦେଶର ଏହି ପ୍ରମୁଖ ଭୂତାଣୁ ପରୀକ୍ଷଣ କେନ୍ଦ୍ର ରାଜ୍ୟରେ ଏକାକୀ ୧ ଲକ୍ଷ କୋଭିଡ ଟେଷ୍ଟିଂ କରିପାରିଛି । ଗତ ସାଢ଼େ ୩ ମାସର ଏହି ସୀମିତ ସମୟ ମଧ୍ୟରେ ଏହି ମାଇଲ୍ଖୁଣ୍ଟ ଛୁଇଁପାରିଛି ଆଇସିଏମ୍ଆର । ଏଥିସହିତ ୨ ହଜାର ୩ଶହ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇପାରିଛନ୍ତି ।
@ICMR_RMRCBBSR conducted 1 lakh tests & reported 2.3K positive cases from Odisha within 3.5 months & ranks among the top 3 labs of the country in terms of number of tests conducted.Kudos to warriors of the centre.#ICMRFightscovid19 @ICMRDELHI @MoHFW_INDIA @CMO_Odisha @HFWOdisha pic.twitter.com/kEiERBSpIv
— ICMR-REGIONAL MEDICAL RESEARCH CENTRE, BHUBANESWAR (@ICMR_RMRCBBSR) July 5, 2020
ଏଥିସହିତ ସାରା ଦେଶର କରୋନା ଟେଷ୍ଟିଂ ଲ୍ୟାବ୍ମାନଙ୍କ ମଧ୍ୟରେ ଟପ୍ ୩ଟି ଲ୍ୟାବ୍ ମଧ୍ୟରେ ସ୍ଥାନିତ ହୋଇପାରିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇସିଏମ୍ର ଶାକା ଆରଏମ୍ଆରସି ଭୁବନେଶ୍ୱରକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏଭଳି କୋଭିଡ ପରୀକ୍ଷର କରୋନା ମୁକାବିଲା ଦିଗରେ ଓଡ଼ିଶାକୁ ସୁଦୃଢ଼ କରିପାରିଛି ।
Congratulations @ICMR_RMRCBBSR for reaching 1 lakh test milestone, strengthening #Odisha's fight against #COVID19. The regional centre is among the top 3 labs of the country in terms of number of tests conducted. #OdishaFightsCorona https://t.co/mqdnMklMHV
— CMO Odisha (@CMO_Odisha) July 6, 2020
ସୂଚନା ଯୋଗ୍ୟ, କରୋନା ମୁକାବିଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କୋଭିଡ ଟେଷ୍ଟିଂ । ଏହାଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରିବା ସହ ସେମାନଙ୍କ ଚିକିତ୍ସା କରାଯାଇପାରିବ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରୋକାଯାଇପାରିବ । ଏଣୁ ପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ କୋଭିଡ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦେଇଆସୁଛନ୍ତି । ଏଥିନିମନ୍ତେ ପୂର୍ବରୁ କେବଳ ଆରଆଏମ୍ଆରସିରେ କୋଭିଡ ଟେଷ୍ଟିଂ ହେଉଥିବା ବେଳେ ରାଜ୍ୟ ଅନ୍ୟ ମେଡିକାଲ ଏବଂ ପ୍ରାଇଭେଟ୍ ମେଡିକାଲରେ ମଧ୍ୟ କୋଭିଡ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି । ତେବେ ଏଯାବତ୍ ରାଜ୍ୟର ମୋଟ ୨ଲକ୍ଷ ୯୭ ହଜାର କୋଭିଡ ଟେଷ୍ଟିଂ ହୋଇଥିବା ବେଳେ କେବଳ ଆରଏମ୍ଆରସି ଭୁବନେଶ୍ୱରରେ ୧ଲକ୍ଷ କୋଭିଡ ଟେଷ୍ଟିଂ ହୋଇପାରିଛି ।