ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ମୃତ… ମୃତ୍ୟୁ ସଂଖ୍ୟା ୩୮ ବୃଦ୍ଧି
1 min readଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଜିଲ୍ଲାରୁ ୪୫୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଆଜି ମୃତ୍ୟୁ ହୋଇଛି । ଆଜି ଦୁଇ ମୃତକଙ୍କୁ ମିଶାଇଲେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ମୃତକ ୨ ଜଣ ଗଞ୍ଜାମ ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି ।
Regret to report the demise of two Covid positive patients while under treatment in hospital.
1. Male aged 77 years of Ganjam district, who was also suffering from Hypertension.
2. Male aged 64 years of Jajpur district, who was also a patient of Diabetes.
— H & FW Dept Odisha (@HFWOdisha) July 6, 2020
ମୃତକଙ୍କ ମଧ୍ୟରୁ ଜଣେ ୭୭ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୬୪ ବର୍ଷୀୟ ବ୍ୟକ୍ତି ଥିଲେ । ୭୭ ବର୍ଷୀୟ ପୁରୁଷ ଗଞ୍ଜାମର ବୋଲି ଜଣାପଡିଛି । କୋଭିଡ୍ ବ୍ୟତୀତ ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ୬୪ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ସେ ମଧ୍ୟ ମଧୁମେହରେ ପୀଡିତ ଥିଲେ । ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଆଜି ୪୫୬ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୩୦୯ ଓ ଲୋକାଲ୍ କେସ ୧୪୭ ଆସିଛି । ଏଥିସହ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୫୨୬ କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଦିନ ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଇଛନ୍ତି । କିଛି ଦିନ ହେବ ନିୟମିତ ଭାବରେ ରାଜ୍ୟରେ କରୋନା ମୃତ୍ୟୁ ହୋଇଚାଲିଛି ।
ଗତକାଲି ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଥିଲା । ଗଜପତି ଜିଲ୍ଲାର କୋଭିଡ୍ ସଂକ୍ରମିତ ଜଣେ ୪୦ ବର୍ଷୀୟ ପୁରୁଷ ଆଖି ବୁଜିଥିଲେ । ସେ ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଥିଲେ । ସେହିଭଳି କୋଭିଡ୍ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୬୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ ।