ରାଜ୍ୟରେ ଆଉ ୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଏଯାବତ୍ କରୋନା ନେଲାଣି ୩୪ ଜୀବନ
1 min readଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୫ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୩୪ଜଣଙ୍କ ମୃତ୍ୟୁ ହେଲାଣି ।
Regret to inform that 5 Covid positive patients passed away while under treatment in hospital.
1. Male aged 51 years of Bhubaneswar, also suffering from Pleural Tuberculosis.
2. Male aged 64 years of Bhubaneswar, also suffering from Diabetes.
(1/2)— H & FW Dept Odisha (@HFWOdisha) July 4, 2020
ଅନ୍ୟପଟେ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୫୫ , ଲୋକାଲ୍ କେସ୍ ୧୪୦ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୮୬୦୧କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ ୨୮୫୩ ରହିଛି । ୨୪ ଜିଲ୍ଲାରୁ ୪୯୫ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
3. Male aged 50 years of Ganjam, also suffering from Diabetes and Hypertension.
4. Male aged 27 years of Ganjam.
5. Male aged 35 years of Ganjam.
(2/2)— H & FW Dept Odisha (@HFWOdisha) July 4, 2020
ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡ଼ରୁ ୩୬, ମୟୂରଭଞ୍ଜରୁ ୨୮,ଅନୁଗୁଳରୁ ୨୪, ପୁରୀରୁ ୧୮, ବାଲେଶ୍ବର ଓ କଟକରୁ ୧୩ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଓ ଜଗତସିଂହପୁରରୁ ୧୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କେନ୍ଦାରପଡ଼ା ଓ ନବରଙ୍ଗପୁରରୁ ୧୧ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା, ମୋଟ ଆକ୍ରାନ୍ତ ସଂଖ୍ୟା ୮ହଜାର ୬୦୦ ପାର