Modi in LAC : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲେହ ଗସ୍ତ କାହିଁକି ଚୀନ୍ ଓ ପାକିସ୍ତାନକୁ ଚମକାଇ ଦେଇଛି ? ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହଠାତ୍ ଲେହରେ ପହଞ୍ଚିଛନ୍ତି । ପିଏମ ମୋଦୀଙ୍କ ଏହି ଆଶ୍ଚର୍ଯ୍ୟଜନକ ଗସ୍ତ ଚୀନ୍ ସମେତ ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହ ଯାଇ ଏକ ବଡ ପଦକ୍ଷେପ ନେଇଛନ୍ତି । ଏଥିରୁ ଚୀନ୍‌କୁ ଏକ ବାର୍ତ୍ତା ମିଳିଛି ଯେ ଭାରତ ପଛକୁ ଫେରିବ ନାହିଁ।

ଅବସରପ୍ରାପ୍ତ ମେଜର ଜେନେରାଲ ଏ.କେ ସିୱାଚ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରୁ ଚୀନକୁ ଏକ ସ୍ପଷ୍ଟ ବାର୍ତ୍ତା ମିଳିଯାଇଛି ଯେ ଆମେ ପଛକୁ ଫେରିବୁ ନାହିଁ। ଯଦି ଚୀନ୍  ସୈନିକମାନେ LAC ଉପରେ ଠିଆ ହେବେ, ତେବେ ଆମର ସୈନିକମାନେ ମଧ୍ୟ LAC ଉପରେ ଠିଆ ହେବେ | ଆମେ କୌଣସି ପ୍ରସଙ୍ଗରେ ଆପୋଷ ବୁଝାମଣା କରିବୁ ନାହିଁ ।

ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ ବ୍ରିଗେଡିୟର୍ ବିକ୍ରମ ଦତ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ଫ୍ରଣ୍ଟଲାଇନରେ ନିୟୋଜିତ ଥିବା ସେନାର ମନୋବଳ ବୃଦ୍ଧି କରିଛି । ଏଥିରୁ ସେନା ପ୍ରତି ଥିବା ମୋଦୀଙ୍କ ଭଲ ପାଇବା ସ୍ପଷ୍ଟ ଜଣାପଡେ । ମୋଦୀଙ୍କ ଲେହ ଗସ୍ତ ସେନା କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଶକ୍ତି ଏବଂ  ମନୋବଳ ଦେବ ଯାହାଫଳରେ ସେମାନେ LAC ରେ ଚୀନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ।

ସେ ଆହୁରି କହିଛନ୍ତି, ମୋଦୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବା ପରେ ଏଠାକାର ଭୂମି ସ୍ଥିତି ସମ୍ପର୍କରେ ଭଲରେ ଜାଣିପାରିବେ । ଏଥିସହ ସାମ୍ପ୍ରତିକ ପରିସ୍ଥିତି କ’ଣ ମଧ୍ୟ ସେ ବୁଝିପାରିବେ। ଯେତେବେଳେ କୌଣସି ସେନା ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଯୁଦ୍ଧକ୍ଷେତ୍ରରେ ଦେଖନ୍ତି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣିତ ହୋଇଯାଏ ।

ଅବସରପ୍ରାପ୍ତ ମେଜର ଜେନେରାଲ ଶଶି ଅସ୍ଥାନା କହିଛନ୍ତି, ଚୀନ୍ ସହ ଏପର୍ଯ୍ୟନ୍ତ ସାମରିକ ଆଲୋଚନା ଚାଲିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିରେ ଚାଲୁଥିବା ପରିସ୍ଥିତିକୁ ବୁଝିବେ ଏବଂ ଏପର୍ଯ୍ୟନ୍ତ ଚୀନ୍ ସହ କ’ଣ କଥାବାର୍ତ୍ତା ହୋଇଛି ତାହା ଜାଣିପାରିବେ । ଏହା ସହିତ ଭାରତୀୟ ସେନାର ପ୍ରସ୍ତୁତି ବିଷୟରେ ମଧ୍ୟ ଜାଣିପାରିବେ  । ଚୀନ୍ ସହମତ ହୋଇଛି ଯେ ସେ ପଛକୁ ଯିବ, କିନ୍ତୁ ଆମେ ଚୀନ୍ ଉପରେ ବିଶ୍ୱାସ କରିପାରିବୁ ନାହିଁ  କାରଣ ସେ ପୂର୍ବରୁ ମଧ୍ୟ ସହମତି ଦେଇ ପ୍ରତାରଣା କରିସାରିଛି ।

Leave a Reply

ନଜର ପକାନ୍ତୁ