ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ
2 min readକାନପୁର: ବିଳମ୍ବିତ ରାତିରେ ବଡ଼ ହମଲା । ଉତ୍ତରପ୍ରଦେଶ କାନପୁରରେ ପୋଲିସ ଉପରେ ବଡ଼ ଆକ୍ରମଣ ହୋଇଛି । ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ । ସର୍ଚ୍ଚ ଅପରେସନ୍ ବେଳେ ଅପରାଧୀ ପୋଲିସ ଟିମ୍ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ପୋଲିସ ସେଠାରେ ପହଞ୍ଚିବା କ୍ଷଣି ଛାତ ଉପରୁ ଅନ୍ଧାଧୁନ୍ ଗୁଳି ଚାଳନା କରିଥିଲେ ଅପରାଧୀ ।
Kanpur: Eight Police personnel, including Dy SP Devendra Mishra, lost their lives after they were fired upon by criminals when the Police team had gone to raid an area in search of history-sheeter Vikas Dubey. SSP & IG present at the spot, forensics teams are examining the area. pic.twitter.com/LKXLgLPq7Y
— ANI UP/Uttarakhand (@ANINewsUP) July 3, 2020
ଅପରାଧୀ-ପୋଲିସ ଗୁଳି ବିନିମୟରେ ୮ ଜଣ ପୋଲିସ ସହିଦ ହୋଇଛନ୍ତି । ଡେପୁଟି ଏସପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ୪ ଜଣ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ SSP ଓ ଆଇଜି ପହଞ୍ଚିଛନ୍ତି । ଫରେନ୍ସିକ୍ ଟିମ୍ ତଦନ୍ତ ଜାରି ରଖିଛି । ରେଡ୍ ପାଇଁ ବିଳମ୍ବିତ ରାତିରେ ୧୫ରୁ ୧୬ ଜଣିଆ ପୋଲିସ ଟିମ୍ ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଛାପା ମାରିଥିଲା । ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି ।
ପୋଲିସ ରେଡ୍ କରିଥିବା ଘରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ୍ ରହିଥିଲା । ଯେଉଁଥିରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଅପରାଧୀ । ଏଥିସହ ପୋଲିସକୁ ରୋକିବାକୁ ଅପରାଧୀ ରାସ୍ତାରେ ଜେସିବି ମେସିନ୍ ରଖି ରୋଡ୍ ବନ୍ଦ କରି ଦେଇଥିଲେ । ପୋଲିସର ସୂତ୍ର ବି ଏହାର ପତ୍ତା କରିପାରି ନଥିଲା ।
CM Yogi Adityanath has expressed his condolence to the families of the 8 Police personnel who lost their lives after being fired upon by criminals in Kanpur. He has directed DGP HC Awasthi to take strict action against criminals, he also sought report of the incident. (file pic) pic.twitter.com/YLK3vpsy5n
— ANI UP/Uttarakhand (@ANINewsUP) July 3, 2020
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସହିଦ ପୋଲିସ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଉତ୍ତରପ୍ରଦେଶ ଡିଜିପି ଅଶ୍ୱସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଘଟଣା ବାବଦରେ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।