ଆୟୋଜକଙ୍କ ଦୌଡ଼ରେ ଆଗରେ ଅଛନ୍ତି ୟୁଏଇ ଓ ଶ୍ରୀଲଙ୍କା
1 min readମୁମ୍ୱାଇ: କରୋନା ପାଇଁ ବଦଳି ପାରେ ଆଇପିଏଲ୍ ଭେନ୍ୟୁ । ବହୁ ଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ ତମ ସଂସ୍କରଣ ଭାରତ ବାହାରେ ଅନୁଷ୍ଠିତ ହୋଇପାରେ । ଏନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଆୟୋଜକ ଦୈଡ଼ରେ ବର୍ତ୍ତମାନ ୟୁଏଇ ଓ ଶ୍ରୀଲଙ୍କା ସବୁଠୁ ଆଗରେ ରହିଛି । ତେବେ ଏହି ୨ ଦେଶର କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।
ଚଳିତ ବର୍ଷ ଅଷ୍ଟ୍ରେଲିଆଠାରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଏବେ ଅନିଶ୍ଚିତତା ଭିତରେ ଥିବା ବେଳେ ଏହାର ଚୂଡାନ୍ତ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଟି-୨୦ ବିଶ୍ୱକପ ଉପରେ ନିଷ୍ପତ୍ତି ଆସିଲା ପରେ ଆଇପିଏଲ୍ ଆୟୋଜନ ନେଇ ଚିତ୍ର ସ୍ପଷ୍ଟ ହେବ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଭାରତରେ ଯେଉଁଭଳି କରୋନା ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏଠାରେ ଆଇପିଏଲ୍ ଆୟୋଜନ କରିବା ସମ୍ଭବପର ନୁହେଁ । ଯଦି ଆଇପିଏଲ୍କୁ ରଦ୍ଧ କରାଯାଏ ତେବେ ପାଖାପାଖି ୪ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି କୁହାଯାଇଛି ।
ପୂର୍ବରୁ ମଧ୍ୟ ଭାରତ ବାହାରେ ଆଇପିଏଲ୍ ଆୟୋଜନ ହୋଇସାରିଛି । ତେଣୁ ଏପରି ସ୍ଥିତିରେ ଭାରତ ବାହାରେ ଆଇପିଏଲ ଆୟୋଜନ କରଯାଇପାରେ ବୋଲି କୁହାଯାଇଛି।
ଇନ୍ଷ୍ଟାଗ୍ରାମ୍ରୁ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟୀଙ୍କ ତାଲିକାରେ କୋହଲୀ, ପ୍ରିୟଙ୍କା