ତାମିଲନାଡୁର ନେୟବେଲୀ ପାୱର ପ୍ଲାଣ୍ଟରେ ବିସ୍ଫୋରଣ, ୬ ମୃତ, ୧୭ ଗୁରୁତର
2 min readତାମିଲନାଡୁ: ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ସ୍ଥିତ ନେୟବେଲୀ ପାୱର ପ୍ଲାଣ୍ଟର ବଏଲର ଷ୍ଟେଜ-୨ରେ ବିସ୍ଫୋରଣ ହେବା କାରଣରୁ ୪ ଜଣଙ୍କର ମୃତ୍ୟୁ ହେବା ସହିତ ୧୭ ଜଣ ଆହତ ହୋଇଛନ୍ତି । ୧୭ ଜଣ ଆହତ ଲୋକଙ୍କୁ ଏଗ୍ନାଇଟ ହସ୍ପିଟାଲକୁ ନିଆଯାଇଛି ।
Atleast 16 people injured many are struck inside the unit-2.
Rescue operations is underway.#Boilerblast #NLC #Cuddalore #Tamilnadu #Neyveli https://t.co/5LC6Kbk055 pic.twitter.com/ujHRqkl1YF
— Eagle~Eye (@cbinewton) July 1, 2020
ଏଯାବତ ବିସ୍ଫୋରଣ କାରଣ ଜଣାପଡ଼ିନାହିଁ । ଏହି ବିସ୍ଫୋରଣ କୁଡ୍ଡାଲୋରର ନେୟବେଲୀ ଲିଗ୍ନାଇଟ କର୍ପୋରେସନର ଏକ ବଏଲରରେ ହୋଇଛି । ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହା ସହିତ କୁ଼ଡ୍ଡାଲୋର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
Major Blast in Stage -2 of the #Neyveli Lignite plant…
Unit 5 in the Neyveli lignite plant has exploded. #Boilerblast #NLC #Cuddalore #Tamilnadu pic.twitter.com/a2tmcuxFds
— Eagle~Eye (@cbinewton) July 1, 2020
ଜଣାଇ ରଖୁଛୁ ଯେ, କୁଡ୍ଡାଲୋର ରାଜଧାନୀ ଚେନ୍ନାଇରୁ ୧୮୦ କିମି ଦୂରରେ ଅବସ୍ଥିତ । ଏଠାରେ ସାତ ୟୁନିଟରେ ୧୪୭୦ ମେଗାୱାଟ ବିଜୁଳିର ଉତ୍ପାଦନ ହୋଇଥାଏ । ଏକ ୟୁନିଟରେ ବ୍ଲାଷ୍ଟ ହୋଇଛି । ଯେଉଁଥିପାଇଁ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ବର୍ତ୍ତମାନ ନିଆଁ ଉପରେ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚାଲିଛି ।
Anguished to learn about the loss of lives due to a blast at Neyveli power plant boiler in Tamil Nadu.
Have spoken to @CMOTamilNadu and assured all possible help.@CISFHQrs is already on the spot to assist the relief work.
Praying for the earliest recovery of those injured.
— Amit Shah (Modi Ka Parivar) (@AmitShah) July 1, 2020
ତାମିଲନାଡୁର ନେଭେଲି ପାୱାର ପ୍ଲାଣ୍ଟ ବଏଲରରେ ବିସ୍ଫୋରଣରେ ଜୀବନ ହାନି ବିଷୟରେ ଜାଣି ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ସହିତ କଥା ହୋଇଛନ୍ତି ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ନିଶ୍ଚିତ କରିଛନ୍ତି । ରିଲିଫ୍ କାର୍ଯ୍ୟରେ ସହାୟତା କରିବାକୁ ଘଟଣାସ୍ଥଳରେ CISF ପଠାଯାଇଛି । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।