spot_img

Latest Posts

ସାମାଜିକ ଦୂରତା ନିୟମ ଭଙ୍ଗ ପ୍ରସଙ୍ଗ: ବିଜେପି ପୁଣି ଭୁଲ ମାଗିଲା,କଂଗ୍ରେସ କହିଲା-ଜାଣିକି କେହି ନିୟମ ଭାଙ୍ଗି ନାହାନ୍ତି !

ଭୁବନେଶ୍ୱର: କୋଭିଡ୍ ଆତଙ୍କରେ ପୁରା ଦୁନିଆ ଥରୁଛି । ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ପାର କରିଛି । କରୋନା ବିରୋଧରେ ସାମାଜିକ ଦୂରତା ହିଁ ଏକମାତ୍ର ଅସ୍ତ୍ର । ଏଭଳି ପ୍ରଚାର ତୁହାକୁ ତୁହା ହେଉଛି କିନ୍ତୁ ନେତା ଭାଷଣରେ କହୁଛନ୍ତି କାମରେ ଭୁଲି ଯାଉଛନ୍ତି । ଆଉ ସାମାଜିକ ଦୂରତା ନିୟମ ଭାଙ୍ଗିବା ପରେ ଭୁଲ ମାଗୁଛନ୍ତି । କହୁଛନ୍ତି ଆଉ ଦୋହରାଇବୁ ନାହିଁ କିନ୍ତୁ ପୁଣି ସେହି କଥା ଦୋହରା ଯାଉଛି ।

aparajita with babu singh

ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ସାମାଜିକ ଦୂରତା ନିୟମ ଭାଙ୍ଗୁଛନ୍ତି ଓ ପରେ କ୍ଷମା ମାଗୁଛନ୍ତି । ଆଗରୁ ତିନି ତିନିଥର ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରିଥିବା ସାଂସଦ ଗୁରୁବାର ଦିନ ଦଳର ଜନସମ୍ପର୍କ ପଦଯାତ୍ରା କାଳରେ ସାମାଜିକ ଦୂରତା ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା ।ଶନିବାର ଦିନ ଏହାକୁ ନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟା ଆଳରେ ସେ ପୁଣି ନିଜ ସାଂସଦଙ୍କ କାର୍ଯ୍ୟ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି । କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ଘରେ ଘରେ ପହଂଚାଇବା ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ପ୍ରତି ବୁଥରେ ଦୁଇଜଣ କର୍ମୀ ସଂପର୍କ ଯାତ୍ରାରେ ଯିବାର ଥିଲା । କିନ୍ତୁ ଭୁଲବଶତଃ ତାଙ୍କ ସହିତ କିଛି କର୍ମୀ ଚାଲିଯାଇଥିଲେ । ସାଂସଦ ନିଜେ କହିଛନ୍ତି ଏମିତି ଆଗକୁ ହେବ ନାହିଁ । ଭୁଲ ହୋଇଛି ବୋଲି ସ୍ୱୀକାର କରିଛନ୍ତି ବିଜେପି ସାଧାରଣ ସଂପାଦକ କିନ୍ତୁ ପ୍ରଶ୍ନ ହେଲା ସାଂସଦ ନୂଆକରି କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଘଂନ କରିନାହାନ୍ତି । କେତେବେଳେ ସେ କ୍ୱାରେଣ୍ଟାଇନର ରହି ଦଳୀୟ କର୍ମୀଙ୍କ ଜନ୍ମଦିନରେ ସାମିଲ ହୋଇଛନ୍ତି ତ’ କେତେବେଳେ ଭିଡ ଜମେଇ ଭୂମିପୂଜା କରିଛନ୍ତି । ଏମିତିରେ ଆଗକୁ ସାଂସଦ ନିଜ କଥା ରଖିବେ ଓ କରୋନା ଗାଇଡ୍ ଲାଇନକୁ ମାନିବେ ବୋଲି କେବଳ ଆଶା କରାଯାଇପାରେ । ଅବଶ୍ୟ ଏହାଭିତରେ ସାଂସଦଙ୍କ ଭୁବନେଶ୍ୱର ସ୍ଥିତ ଆଇଡି ମାର୍କେଟରେ ହେବାକୁ ଥିବା ଜନସଂପର୍କ ଯାତ୍ରାକୁ ବାତିଲ କରି ଦିଆଯାଇଛି ।

sura routray

ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ବିରୋଧୀ ଦଳ ନେତା ଓ କର୍ମୀଙ୍କ କରୋନା ନିୟମ ଭାଙ୍ଗିବା ପ୍ରସଙ୍ଗ ଉପରେ ମଧ୍ୟ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ରାଜନେତା ମାନେ ଆଦର୍ଶ ହେବା ଦରକାର l ରାଜନେତାମାନେ ଏକଥା  ନମାନିଲେ ଲୋକେ ଭୁଲ ରାସ୍ତାରେ ଯିବେ l ସାମାଜିକ ଦୂରତା, ମାସ୍କ ପିନ୍ଧିବା ଦରକାର l ବର୍ତମାନ ପରିସ୍ଥିତିରେ ପ୍ରତିବାଦ, ଆନ୍ଦୋଳନ ଠାରୁ ବିରତି ରହିବା ଦରକାର l ନହେଲେ ଲୋକେ ଭୁଲ ରାସ୍ତାରେ ଯିବେ l

ବିଜେପି ରାଜ୍ୟ ସାଧାରଣ ସଂପାଦକ ନେତାଙ୍କୁ ରୋଲ ମଡେଲ ହେବାକୁ ଆହ୍ୱାନ କରିଛନ୍ତି । କିନ୍ତୁ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା  ହେଲା ଜଣିକି କେହି ନିୟମ ଭାଙ୍ଗି ନାହାନ୍ତି । ଅବଶ୍ୟ ତାଙ୍କରି ଦଳର  ବିଧାୟକ  ସୁର ରାଉତରାୟଙ୍କ କହିବା ହେଉଛି  ଆମେ ନିୟମ ଭଂଗିଲୁ ଫାଇନ ଦେଲୁ l ଆମେ କାଲି ଅଳ୍ପ ଲୋକଙ୍କୁ ନେଇ ପ୍ରତିବାଦ କରିଛୁ l

ଏସବୁ ଭିତରେ ବିଜେଡିର ମଧ୍ୟ ପ୍ରତିକ୍ରିୟା ଆସିଛି । ବିଜେଡି ପକ୍ଷରୁ  ବିଧାୟକ ଅମର ଶତପଥି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ନିୟମ ପ୍ରଣତା ସେମାନେ ନିୟମ ଭାଙ୍ଗିବା ଉଚିତ ନୁହେଁ l ଏହା ଦୁର୍ଭାଗ୍ୟପୂର୍ଣ୍ଣ l କରୋନା ନେଇ ସରକାର ସବୁ ପଦକ୍ଷେପ ନେଉଛନ୍ତି l ତେବେ ବିରୋଧୀ ଯେପରି କରୋନା କଟକଣାକୁ ଉଲଂଘନ କରିଛନ୍ତି ଏହା ଠିକ ନୁହେଁ l ବିରୋଧୀଙ୍କ ଏପରି ଆଭିମୁଖ୍ୟକୁ ଲୋକେ ଗ୍ରହଣ କରିବେ ନାହିଁ l

Latest Posts

Don't Miss