ପୂର୍ବ ଲଦାଖରେ ନୂଆ ସେକ୍ଟର କରିବାକୁ ଚକ୍ରାନ୍ତ କରୁଛି ଚୀନ୍

1 min read
china plans to extent its sector in east ladakh.

ପୂର୍ବ ଲଦାଖର କିଛି ଅଞ୍ଚଳରେ ଚୀନର ମୋର୍ଚ୍ଚାବନ୍ଦୀ ଦେଖିବାକୁ ମିଳିଛି । ଗଲବାନ ସଂଘର୍ଷପରେ ଚୀନ୍ ଏବେ ପୂର୍ବ ଲଦାଖରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି  ବୋଲି ଅନୁମାନ ହେଉଛି । ଇଣ୍ଡିଆ ଟୁ ଡେ ରିପୋର୍ଟ ଅନୁଯାୟୀ ଚୀନ୍ ଡେପସଙ୍ଗ  ସେକ୍ଟରରେ ନୂଆ ୟୁନିଟ୍ ଖୋଲିପାରେ । ପୂର୍ବ ଭାଗରେ ଥିବା ଦୌଲତ୍ ବେଗ୍ ଓଲ୍ଡି ପାଖାପାଖି ବେସରେ ଜୁନ ମାସଠାରୁ ସେନା ଓ ସାମରିକ ଯାନବାହନର ସଂଖ୍ୟାକୁ ବଢାଯାଉଛି । ଯାହାଦ୍ୱାରା ଏହା ଅନୁମାନ କରାଯାଉଛି ଯେ  ଏଠାରେ ନୂଆ ସେକ୍ଟର ପ୍ରସ୍ତୁତ କରାଯାଇଛି । ଉକ୍ତ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ଶିବିର ପ୍ରସ୍ତୁତ ହେଉଥିବା ସାଟେଲାଇଟ୍ ଇମେଜରୁ ଜଣାପଡିଛି ।

ତେବେ ୨୦୧୬ରେ ପ୍ରସ୍ତୁତ ହୋଇଥିବା ଏହି ବେସରେ ଏଯାବତ୍ ସ୍ୱାଭାବିକ ସୈନିକ ଦେଖିବାକୁ ମିଳୁଥିବା ବେଳେ ଗଲା ଜୁନଠାରୁ ହିଁ ହଠାତ୍ ଚୀନ୍ ଶିବିର, ସୈନ୍ୟ ଓ ସାମରିକ ଯାନବାହନ ସଂଖ୍ୟା ବଢିବାରେ ଲାଗିଛି । ଭାରତ ଗଲା ମଇ ମାସରୁ ଚୀନର ଏଭଳି ଚକ୍ରାନ୍ତକୁ ଠଉରେଇ ସାରିଥିଲା । ଡେପସାଙ୍ଗ ଅଞ୍ଚଳରେ ଗତ ୨୦୧୩ ମସିହାରେ ଚୀନ ଭାରତ ସୀମା ଜବରଦଖଲ କରିବାକୁ ଚେଷ୍ଟା କରିଥିବା ହେତୁ ଏହି ଅଞ୍ଚଳ ଉପରେ ଭାରତର ସବୁ ବେଳେ କଡା ନଜର ରହିଥାଏ ।

ଅନ୍ୟପକ୍ଷରେ ଗଲବାନ ଘାଟିରେ ଭାରତ-ଚୀନ ସଂଘର୍ଷ ପରେ ଚୀନ ନିଜ ଆଡୁ ଆଲୋଚନା କରିବାକୁ ଆଗ୍ରହ ଦେଖାଇଥିଲା । ଏହାପରେ ଏବେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି  । ସାମରିକ ସ୍ତରର ଆଲୋଚନା ସରିବା ପରେ ଏବେ ଦୁଇ ଦେଶ ମଧ୍ୟରେ ରାଜନୀତିକ ସ୍ତରରେ ଆଲୋଚନା ହେଉଛି । ଆଜି ସଂଯୁକ୍ତ ସଚିବ ସ୍ତରର ବୈଠକ ହେବ ।

ଭାରତ ତରଫରୁ ସଂଯୁକ୍ତ ସଚିବ ନବୀନ ଶ୍ରୀବାସ୍ତ ଆଲୋଚନାରେ ଭାଗ ନେବାକୁ ଥିବା ବେଳେ ଚୀନ ସଂଯୁକ୍ତ ସଚିବ ଡିଜି ସୀମା ବିଭାଗରେ ଯୋଗେ ଦେବେ । ଗୋଟିଏ ପଟେ ଶାନ୍ତି ପାଇଁ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ପୂର୍ବ ଲଦାଖରେ ଚୀନର ଏହି ଚକ୍ରାନ୍ତ ଚୀନର ଦୋମୁହାଁ ନୀତିକୁ ପଦରେ ପକାଇଛି ।

Leave a Reply